ଅପରାଧ ଧରା ହେଲେ ଡିଜେଲ ମାଫିଆ – ୯୫୦ ଲିଟର ତେଲ ଜବତ , ପାଞ୍ଚ ଗିରଫ Angul OnlineFebruary 5, 2021February 5, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା କାଜୁ ଜଙ୍ଗଲ ନିକଟ ଏକ ପଡିଆରୁ ଶୁକ୍ରବାର ଭୋର ସମୟରେ ଏକ ଡିଜେଲ ଚୋରା ରାକେଟ ଉପରେ ଜିଲ୍ଲା ପୋଲିସର ସ୍ଵତନ୍ତ୍ର ସ୍କ୍ବାର୍ଡ ପୋଲିସ ଚାଢାଉ କରି ବିପୁଳ ପରିମାଣର ଡିଜେଲ ସମେତ ଦୁଇଟି ବୋଲେରୋ , ଦୁଇଟି ମୋଟରସାଇକେଲ , ଗୋଟିଏ ସ୍କୁତି ଜବତ କରିଛି । ଏହା ସହ ଏହି ଚୋରା ରାକେଟରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ ମଧ୍ୟ କରା ଯାଇଛି । ଜିଲ୍ଲା ପୁଲିସର ସ୍ପେସିଆଲ ସ୍କ୍ୱାର୍ଡ ଚଢ଼ାଉ କରି ପାଞ୍ଚଟା ଗାଡ଼ିରୁ ମୋଟ ୯୫୦ ଲିଟର ଡିଜେଲ ଜବତ କରିଛି । ବିଭିନ୍ନ କୋଇଲା ଖଣିରୁ ଡିଜେଲ ସବୁ ଆଣି ବିଭିନ୍ନ ଜାଗାକୁ ମାଫିଆମାନେ ଚାଲାଣ କରୁଥିଲେ ବୋଲି ସ୍ପେସିଆଲ ସ୍କ୍ୱାର୍ଡ ଅଧିକାରୀ ଦୀନକୃଷ୍ଣ ମିଶ୍ର ପ୍ରକାଶ କରିଛନ୍ତି । ଜବତ ସାମଗ୍ରୀ ଏବଂ ଗିରଫ ଅଭିଯୁକ୍ତ ମାନଙ୍କୁ କଣିହାଁ ଥାନା ପୁଲିସକୁ ହସ୍ତାନ୍ତର କରା ଯାଇଥିବା ଜଣା ପଡିଛି । Advertisement
ଗାନ୍ଧୀ ମାର୍ଗରୁ ଲୁଟିନେଲେ ୧୦ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଗାନ୍ଧୀ ମାର୍ଗରେ ଲୁଟ । ଦିନ ଦ୍ବୀପହରରେ ଲୁଟେରା ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ସୂଚନା ଅନୁସାରେ ଗାନ୍ଧୀ ମାର୍ଗର…
ବସଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ବ୍ଲକ ତାଳଚେର ସନ୍ଥପଡା ବସଷ୍ଟାଣ୍ଡ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି…
ପରକ୍ରିୟା ପ୍ରୀତି ଯୋଗୁଁ ପ୍ରେମିକ ସହ ମିଶି ସ୍ଵାମୀକୁ ହତ୍ୟା !! ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଅଞ୍ଚଳରେ ପରକ୍ରିୟା ପ୍ରୀତିକୁ ନେଇ ଏକ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ ପୁରୁଷ ସହ…