ଅପରାଧ ବାଲ୍ୟ ବିବାହକରି ଯୁବକ ଗିରଫ Angul OnlineApril 26, 2023April 26, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ବିବାହ କରିବା ଅଭିଯୋଗରେ ବୁଧବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ , ବଡ଼ଦାଣ୍ଡସାହିର ସୌମ୍ୟଜିତ ମହାନ୍ତି(୨୩) ନାମକ ଜଣେ ଯୁବକ ଜଣେ ୧୪ ବର୍ଷର ନାବାଳିକାଙ୍କ ପ୍ରେମକରି ଫେବୃଆରୀ ୫ ତାରିଖରେ ମନ୍ଦିରରେ ବିବାହକରି ନିଜ ଘରେ ରଖିଥିଲେ । ଏ ନେଇ ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୂଚନା ପାଇବାପରେ ସକ୍ଷୀ ଅଧିକାରୀ ସୁଦିପ୍ତା ବେହେରା ବନ୍ତଳା ଥାନାରେ ମଙ୍ଗଳବାର ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ନାବାଳିକାଙ୍କୁ ଉଦ୍ଧାରକରି ପରିବାରକୁ ହସ୍ତାନ୍ତର କରିବାସହ ଅଭିଯୁକ୍ତ ସୌମ୍ୟଜିତଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି। Advertisement
ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବାର ଦୀର୍ଘ ୧୬ ବର୍ଷ ପାରେ ନ୍ୟାୟାଳୟ ପକ୍ଷରୁ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅନୁଗୁଳ…
ଜମାକାରୀଙ୍କ ଖାତାରୁ ୯ଲକ୍ଷ ଟଙ୍କା ହଡପ – ଥାନାରେ ଅଭିଯୋଗ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦାଠାରେ ଥିବା ଆସିଆଇ ବ୍ୟାଙ୍କରୁ ଜୈନେକ ହିତାଧିକାରୀଙ୍କ ଖାତାରୁ ୯ଲକ୍ଷରୁ ଅଧିକ ଟଙ୍କା ହଡପ ହୋଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ…
ଓପିଟିସିଏଲରେ ଚାକିରି ନାଁରେ ଠକେଇ – ୨ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରି…