ଅପରାଧ ଚୋରି ଅଭିଯୋଗରେ ୭ ଗିରଫ Angul OnlineMay 3, 2023May 3, 2023 ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ କଲେଜ କ୍ବାର୍ଟରର ଆଜବେଷ୍ଟସ୍ ଭାଙ୍ଗି ଚୋରି ଅଭିଯୋଗରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ , ଅନୁଗୋଳ କଲେଜ କ୍ବାର୍ଟର ନମ୍ବର ଏଚ୍ଏଫ/୩୨ରେ ଭାନୁପ୍ରଭା ନନ୍ଦ ରୁହନ୍ତି । ସେ କୌଣସି କାମରେ ୨୯ ତାରିଖରେ ତାଳଚେର ଦୁମଦୁମା ଯାଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ କ୍ବାର୍ଟରକୁ ଫେରି କବାଟ ଖୋଲି ଦେଖିଲା ବେଳକୁ ଆଜବେଷ୍ଟସ ଭାଙ୍ଗି ଘରୁ ଟିଭି, ଇଲେକ୍ଟ୍ରି ଆଇରନ, ରୁପା ପାଉଁଜି, ଦାମୀ ପାଟ ଶାଢ଼ୀ, ଲୁଗା, ୫ଟି ଏଟିଏମ୍ କାର୍ଡ, ସ୍ମାର୍ଟ ୱାଚ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି। ଏ ନେଇ ଭାନୁପ୍ରଭା ଥାନାରେ ଲିଖିତ ଅଭିଯୋଗ କରିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରି କଲେଜ କ୍ବାର୍ଟର ନଂ ୪୨ରେ ରହୁଥିବା ବସନ୍ତ ଗୋଚ୍ଛାୟତ(୩୨)ଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା । ବସନ୍ତଙ୍କ ତଥ୍ୟକୁ ଆଧାରକରି ପୁଲିସ କଲେଜ ଛକର ସୌମ୍ୟ ରଞ୍ଜନ ଓଝା(୨୪), ହାକିମପଡ଼ାର ପ୍ରକାଶ ନାଏକ(୩୫)ଙ୍କୁ ଗିରଫ କରିଥିଲା । ଏହି ସମସ୍ତେ ଚୋରିକରି ସମସ୍ତ ଜିନିଷକୁ ନେଇ ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ହାଡ଼ିବନ୍ଧୁ ବେହେରା(୨୯), ପ୍ରମୋଦ ଗୋଚ୍ଛାୟତ(୪୫), ପ୍ରଶାନ୍ତ ବେହେରା(୪୦) ଓ କୁପନ ଗୋଚ୍ଛାୟତ(୪୫)ଙ୍କ ଘରୁ ଚୋରି ଜିନିଷ ଜବତ କରିଥିଲା । ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। Advertisement
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ । ୨୦୨୦ ମସିହା ସେପ୍ଟେମ୍ବର ୧୧ ତାରିଖରେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାକୁ…
ଯୁବତୀଙ୍କୁ ଦୁଷ୍କର୍ମ – ଜଣେ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଅଞ୍ଚଳରେ ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।…
ଯୁବତୀଙ୍କୁ ବସ ମାଲିକଙ୍କ ପୁଅଙ୍କ ଅସଦାଚରଣ ଅଭିଯୋଗ – ଅଟକ ରଖିଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ଜଣେ ଯୁବତୀ ଅନୁଗୁଳରୁ କୋଶଳା ଆସିବା ପାଇଁ ବସରେ ଚଢ଼ିବା ବେଳେ ଅନୁଗୁଳ ବସଷ୍ଟାଣ୍ଡରେ ଠାରେ…