ରାଜନୀତି କର୍ଣ୍ଣପାଳ ସରପଞ୍ଚ ଭାବେ ହୃଷିକେଶ ବିଜୟୀ Angul OnlineMay 4, 2023May 4, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକର କର୍ଣ୍ଣପାଳ ପଞ୍ଚାୟତର ସରପଞ୍ଚ ଭାବେ ହୃଷିକେଶ ସାମଲ ବିଜୟୀ ହୋଇଛନ୍ତି । ହୃଷିକେଶ ସlମଲ ୧୫୫୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥିତ ପ୍ରାଥୀ ଜଳଧର ସାମଲ ୧୧୬୯ ଭୋଟ ପାଇଥିଲେ । ଫଳରେ ହୃଷିକେଶ ଜଳଧରଙ୍କୁ ୩୮୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଆଜିର ନିର୍ବାଚନ ଫଳାଫଳ ଗଣତିରେ ୪୨ ଖଣ୍ଡ ଭୋଟ ନାକଚ ହୋଇଥିଲା । ନିର୍ବାଚନ ର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ପାଲଲହଡା ନିର୍ବାଚନମଣ୍ଡଳୀ କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତ ର ସମସ୍ତ ଜନସାଧରଣଙ୍କୁ ଧନ୍ୟବାଦ ଦେଇଛନ୍ତି ନବ ନିର୍ବାଚିତ ସରପଞ୍ଚ ହୃଷୀକେଶ ସlମଲ । କଣିହାଁ ପଵିତ୍ରମୋହନ ସଭାଗୃହ ଠାରେ ହୋଇଥିବା ଏହି ଗଣତି ବିଡ଼ିଓ ନିଶାନ ମିଶ୍ର ନିର୍ବାଚନ ଅଧିକାରୀ ଭାବେ ଗଣନା ପରିଚାଳନା କରିଥିଲେ । ସୁରକ୍ଷା ପାଇଁ ପୁଲିସ ବିଭାଗ ପକ୍ଷରୁ ୨ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିଲା । ସୂଚନାଯୋଗ୍ୟ ଯେ , ଗତ ତ୍ରିସ୍ତରୀୟ ନିର୍ବାଚନ ଫଳାଫଳରେ ତ୍ରୁଟି ଥିବା ଦର୍ଶାଇ ମାମଲା କୋର୍ଟକୁ ଯାଇଥିଲା । କୋର୍ଟଙ୍କ ନିର୍ଦେଶ ଅନୁସାରେ ଘୋଷଣା ହୋଇଥିବା ସରପଞ୍ଚ ଫଳାଫଳକୁ ଅସିଦ୍ଧ ଘୋଷଣା କରି ପୁନଃ ଉପ ନିର୍ବାଚନ ପାଇଁ ନିର୍ଦେଶ ହୋଇଥିଲା । ଏଥିପାଇଁ ଗତ ୨ ତାରିଖରେ ନିର୍ବାଚନ ହୋଇଥିଲା । Advertisement
ହେଭିୱେଟ ଓ ଷ୍ଟାର ପ୍ରଚାରକ ଆସିବେ ଅନୁଗୁଳ ପ୍ରଚାର ପାଇଁ ଅନୁଗୁଳ – ଅନୁଗୁଳ ଜିଲାର ୫ ବିଧାନସଭା ଆସନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ହାତରେ ଆଉ ମାତ୍ର ଦିନ କେଇଟା ଥିବାରୁ…
ବିଶ୍ୱରଜନ ପାଣିଗ୍ରାହୀ ଜିଲ୍ଲା ଯୁବ କଂଗ୍ରେସ କମିଟିର ସଭାପତି ମନୋନୀତ ଅନୁଗୁଳ – ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ବିଭିନ୍ନ ୧୨ଟି ଜିଲ୍ଲା ପାଇଁ ଜିଲ୍ଲା ଯୁବ କଂଗ୍ରେସ ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି।…
ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ଅନୁଗୁଳ – ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ଘୋଷଣା କରା ଯାଇଛି । ଦଳ ପକ୍ଷରୁ ଦେଶର ୧୫୧…