ରାଜନୀତି କର୍ଣ୍ଣପାଳ ସରପଞ୍ଚ ଭାବେ ହୃଷିକେଶ ବିଜୟୀ Angul OnlineMay 4, 2023May 4, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକର କର୍ଣ୍ଣପାଳ ପଞ୍ଚାୟତର ସରପଞ୍ଚ ଭାବେ ହୃଷିକେଶ ସାମଲ ବିଜୟୀ ହୋଇଛନ୍ତି । ହୃଷିକେଶ ସlମଲ ୧୫୫୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥିତ ପ୍ରାଥୀ ଜଳଧର ସାମଲ ୧୧୬୯ ଭୋଟ ପାଇଥିଲେ । ଫଳରେ ହୃଷିକେଶ ଜଳଧରଙ୍କୁ ୩୮୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଆଜିର ନିର୍ବାଚନ ଫଳାଫଳ ଗଣତିରେ ୪୨ ଖଣ୍ଡ ଭୋଟ ନାକଚ ହୋଇଥିଲା । ନିର୍ବାଚନ ର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ପାଲଲହଡା ନିର୍ବାଚନମଣ୍ଡଳୀ କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତ ର ସମସ୍ତ ଜନସାଧରଣଙ୍କୁ ଧନ୍ୟବାଦ ଦେଇଛନ୍ତି ନବ ନିର୍ବାଚିତ ସରପଞ୍ଚ ହୃଷୀକେଶ ସlମଲ । କଣିହାଁ ପଵିତ୍ରମୋହନ ସଭାଗୃହ ଠାରେ ହୋଇଥିବା ଏହି ଗଣତି ବିଡ଼ିଓ ନିଶାନ ମିଶ୍ର ନିର୍ବାଚନ ଅଧିକାରୀ ଭାବେ ଗଣନା ପରିଚାଳନା କରିଥିଲେ । ସୁରକ୍ଷା ପାଇଁ ପୁଲିସ ବିଭାଗ ପକ୍ଷରୁ ୨ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିଲା । ସୂଚନାଯୋଗ୍ୟ ଯେ , ଗତ ତ୍ରିସ୍ତରୀୟ ନିର୍ବାଚନ ଫଳାଫଳରେ ତ୍ରୁଟି ଥିବା ଦର୍ଶାଇ ମାମଲା କୋର୍ଟକୁ ଯାଇଥିଲା । କୋର୍ଟଙ୍କ ନିର୍ଦେଶ ଅନୁସାରେ ଘୋଷଣା ହୋଇଥିବା ସରପଞ୍ଚ ଫଳାଫଳକୁ ଅସିଦ୍ଧ ଘୋଷଣା କରି ପୁନଃ ଉପ ନିର୍ବାଚନ ପାଇଁ ନିର୍ଦେଶ ହୋଇଥିଲା । ଏଥିପାଇଁ ଗତ ୨ ତାରିଖରେ ନିର୍ବାଚନ ହୋଇଥିଲା । Advertisement
ନେତାଙ୍କ ପାଠ କେତେ ? ଅନୁଗୁଳ – ମେ ମାସ ୨୫ ତାରିଖାରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । ଅନୁଗୁଳ ଜିଲ୍ଲାରେ ଚଳିତ ନିର୍ବାଚନରେ ରଣାଙ୍ଗନକୁ…
୨୯ ତାରିଖ ମୁଖ୍ୟମନ୍ତ୍ରୀ ଆସିବେ ଅନୁଗୁଳ ଅନୁଗୁଳ – ଆସନ୍ତା ୨୯ ତାରିଖରେ ଦିନିକିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଦିନ ସକାଳେମୁଖ୍ୟମନ୍ତ୍ରୀ ଅନୁଗୁଳ ଆସି ଷ୍ଟାଡିୟମ ପଡ଼ିଆରେ ପହଞ୍ଚି…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆପ୍ ର ବିକ୍ଷୋଭ ଅନୁଗୋଳ – ଆମ୍ ଆଦମୀ ପାର୍ଟି ଅନୁଗୋଳ ଜିଲ୍ଲା ତରଫରୁ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରି ଏବଂ ଦରମା ବୃଦ୍ଧି ନେଇ ଆନ୍ଦୋଳନ…