ଭଲ ଖବର ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୋଡ଼ି ହେବ ଇଣ୍ଟିଗ୍ରେଟେଡ୍ ଲ” ପାଠ୍ୟକ୍ରମ Angul OnlineMay 7, 2023May 7, 2023 ଅନୁଗୋଳ – ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ଖୁସି ଖବର । ପ୍ରଥମଥର ପାଇଁ କଲେଜ ଶିକ୍ଷା ବ୍ୟବସ୍ଥାରେ ‘ଆଇନ୍’ ପାଠ୍ୟକ୍ରମ ଯୋଡ଼ି ହେବାକୁ ଯାଉଛି । ଏଠାରେ ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ’ କରିବା ପାଇଁ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ସେଥିପାଇଁ ଅନୁଗୋଳ କଲେଜକୁ ଶିକ୍ଷା ବିଭାଗ ଅନୁମତି ଦେଇ ସାରିଥିବା ବେଳେ ଖୁବ୍ଶୀଘ୍ର ଏହି ନୂତନ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହେବ । ସୂଚନା ଅନୁସାରେ , ପୂରା ପାଠ୍ୟକ୍ରମ ପାଞ୍ଚ ବର୍ଷିଆ ହେବ । ଯୁକ୍ତ ଦୁଇ ପାସ୍ ପରେ କୌଣସି ବିଦ୍ୟାର୍ଥୀ ଯଦି ଚାହିଁବେ ଆଇନ୍ ସ୍ନାତକୋତ୍ତର ହାସଲ କରିବା ପାଇଁ ତେବେ ଏହି ବିଷୟରେ ନାମ ଲେଖାଇ ପାରିବେ । ୨୦୨୩-୨୪ଶିକ୍ଷା ବର୍ଷରୁ କଲେଜରେ ନାମଲେଖା ପାଇଁ ଶିକ୍ଷା ବିଭାଗ କଲେଜକୁ ଅନୁମତି ଦେଇ ସାରିଥିବା ବେଳେ ଏହି ପାଠ୍ୟକ୍ରମରେ ସର୍ବାଧିକ ୬୪ଜଣଙ୍କ ନାମଲେଖା ପାଇଁ ଅନୁମତି ଦିଆଯାଇଛି । ଏହି ପାଠ୍ୟକ୍ରମ ସେଲ୍ଫ ଫାଇନାନ୍ସସିଂ ମୋଡ୍ରେ ହେବାକୁ ନିଷ୍ପତ୍ତି ହୋଇଛି । କେବଳ ଆଇନ୍ ପାଠ୍ୟକ୍ରମ ନୁହେଁ, ତା’ ସହିତ ଅନ୍ୟ ତିନୋଟି ପିଜି ବିଭାଗ ଖୋଲିବାକୁ ବି ସରକାରୀ ମଞ୍ଜୁରୀ ମିଳିଛି । ବିଏସ୍ସି(ଆଇଟି) ପାଠ୍ୟକ୍ରମ ପାଇଁ ଏଥର ଅନୁମତି ମିଳିଥିବା ବେଳେ ଏମ୍ସିଏ, ଏଗ୍ରିକଲ୍ଚର ଏମ୍ବିଏ ବିଭାଗ ବି ଖୋଲିବାକୁ ଯାଉଛି । ଲ’ ବିଭାଗରେ ୬୪ଟି ସିଟ୍କୁ ଅନୁମୋଦନ ମିଳିଥିବା ବେଳେ ଅନ୍ୟ ତିନୋଟି ପିଜି ପାଇଁ ୯୬ଟି ଲେଖାଏ ସିଟ୍ର ବ୍ୟବସ୍ଥା ହୋଇଛି । Advertisement
ସାତକୋଶିଆକୁ ମିଳିଲା ରାମସାର ମାନ୍ୟତା ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ଆଜି ୟୁନିସ୍କୋ ପକ୍ଷରୁ ରାମସାର ମାନ୍ୟତା ମିଳିଛି । ଏଭଳି ଏକ ଅନ୍ତରରାଷ୍ଟୀୟ ମାନ୍ୟତା ହାସଲ କରିବା ଏକ…
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…
ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି ଅନୁଗୋଳ – ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଅନୁଗୋଳ ସହର ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା…