ମୁଖ୍ୟ ଖବର ହାତୀ ଆକ୍ରମଣରେ ମହିଳା ମୃତ Angul OnlineMay 7, 2023May 7, 2023 ଅନୁଗୋଳ – ଅନୁଗୋଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭) ବୋଲି ଜଣାପଡିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳର ତଳଗଡ଼ ଗ୍ରାମର ବିଜୁଳି ସାହୁ ଆଜି ସକାଳେ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତା ହାତୀ ବିଜୁଳିଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆକ୍ରମଣ ପରେ ନିକଟରେ ଥିବା ଏକ ସୋଲାର ତାର ବାଡ଼ରେ ହାତୀଟି ଫସି ରହିଥିଲା । ବନ ବିଭାଗର କର୍ମଚାରୀମାନେ ଆସି ହାତୀ ଘଉଡାଇବା ପରେ ହାତୀଟି ଜଂଗଲ ଆଦକୁ ପଳାଇଥିଲା । ତେବେ ଗତ ୨୯ତାରିଖରେ ମରଣ୍ଡା ଗ୍ରାମର ଝଟକ ବେହେରା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ସେହିଭଳି ଆଜିର ଘଟଣାକୁ ମିଶାଇ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୧୦ଜଣଙ୍କ ଜୀବନ ଯାଇଥିବା ଜିଲ୍ଲାରେ କିଛି ମାସ ମଧ୍ଯରେ ୧୫ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । Advertisement
ସମିତିସଭ୍ୟ ନିର୍ବାଚନରେ ଜସ୍ମିତାଙ୍କ ବାଜିମାତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନକେରଜାଙ୍ଗ ପଞ୍ଚାୟତ ପାଇଁ ସମିତିସଭ୍ୟ ନିର୍ବାଚନରେ ବିଜେଡି ସମର୍ଥିତ ସମିତିସଭ୍ୟା ପ୍ରାର୍ଥୀନୀ ଜସ୍ମିତା ପ୍ରଧାନ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀ ରୀନା…
ହାତୀ ଆକ୍ରମଣରେ ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ମୃତ ଯୁବକ ଜଣଙ୍କ ହେଲେ ପୁରୁଣାଗଡ଼ ବଡଦାଣ୍ଡସାହିର ଲିଟୁ ଖଟୁଆ ।…
ଦୁର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଦେଇ ଯାଇଥିବା ଜାତୀୟ…