ଆଞ୍ଚଳିକ ଆମ ହସପିଟାଲ ଦାବିରେ ବୈଠକ ବର୍ଜନ କଲେ ଜିଲ୍ଲା-ପରିଷଦ Angul OnlineMay 10, 2023May 10, 2023 ଅନୁଗୋଳ – ରାଜ୍ୟ ସରକାର ୧୪୭ ଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଡାକ୍ତରଖାନାକୁ ମୋ ହସପିଟାଲ ଯୋଜନାରେ ସାମିଲ କରିଛନ୍ତି । ତେବେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି । ସବୁ ନିର୍ବାଚନ ମଣ୍ଡଳୀରେ ସଦରମହାକୁମାର ଡାକ୍ତରଖାନାକୁ ମୋ ହସପିଟାଲରେ ସାମିଲ କରାଯାଇଥିବା ବେଳେ ଛେଣ୍ଡିପଦାର କୋଶଳା ଡାକ୍ତରଖାନାକୁ ଏଥିରେ ସାମିଲ କରାଯାଇଛି । ଆମ ହସପିଟାଲ ପାଇଁ ଯେଉଁ ମାପଦଣ୍ଡ ରହିଛି ତାହା ଛେଣ୍ଡିପଦା CHC ରେ ସବୁ ଯୋଗ୍ୟତା ଥିବା ବେଳେ ଏହାକୁ ଆମ ହସପିଟାଲ ଯୋଜନାରେ ସାମିଲ ନ କରିବା ଯୋଗୁଁ ଗତ ୨୧ ଦିନ ହେଲା ଆନ୍ଦୋଳନ କରା ଯାଉଛି । ଆନ୍ଦୋଳନକାରୀଙ୍କର ତହସିଲଦାର , ଜିଲ୍ଲାପାଳ ସହ ବାରମ୍ବାର ଆଲୋଚନା କରାଯାଇଥିବା ସତ୍ୱେ କୌଣସି ସୁଫଳ ମିଳି ପାରି ନାହିଁ । ଏହି ଆନ୍ଦୋଳନରେ ଛେଣ୍ଡିପଦା ୧୫ ନମ୍ବର ଜୋନର ଜିଲ୍ଲା ପରିଷଦ ଯଶୋବନ୍ତ ବେହେରା ମଧ୍ୟ ପ୍ରତ୍ୟକ୍ଷ ଭାବେ ସାମିଲ ରହି ଆନ୍ଦୋଳନ ଚଳାଇ ଆସିଛନ୍ତି । ଏପରିସ୍ଥଳେ ଆଜି ଅନୁଗୋଳ ଠାରେ ୫୫ ତମ ଜିଲ୍ଲା ପରିଷଦ ବୈଠକକୁ ଯଶୋବନ୍ତ ବର୍ଜନ କରିଛନ୍ତି । ଛେଣ୍ଡିପଦା ଡାକ୍ତରଖାନା ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ଛେଣ୍ଡିପଦା ବାସୀଙ୍କୁ ଜିଲ୍ଲା ପ୍ରଶାସନ ଅବହେଳା ପ୍ରଦର୍ଶନ କରୁଥିବା ଦର୍ଶାଇ ସେ ଏହି ବୈଠକକୁ ବର୍ଜନ କରିଥିବା କହିଛନ୍ତି । Advertisement
ଗୋଟିଏ ଦିନରେ ୪୫ ହଜାର ଜୋରିମନା – ମୋଦୀ କଲେକ୍ସନ ୫ ଦିନ ପାଇଁ ସିଲ ଅନୁଗୁଳ – କୋଭିଡ ନିୟମ ପାଳନ ନ କରିବା ଯୋଗୁଁ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲାରେ କାରୋନା ସଂକ୍ରମଣ…
ବେଆଇନ୍ ରାସ୍ତାରେ କୋଇଲା ପରିବହନ – ୬୭ହଜାର ଫାଇନ୍ ଆଦାୟ ତାଳଚେର – ଅନୁଗୁଳ ଜିଲ୍ଲାର ସମଲ ଥାନା ପୋଲିସ ଅଧିକାରୀ ରାତି ପେଟ୍ରୋଲିଂ ସମୟରେ ୮ଟି କୋଇଲା ଟ୍ରକକୁ ବେଆଇନ୍ ରାସ୍ତାରେ କୋଇଲା ପରିବହନ କରୁଥିବାରୁ ଜବତ…
ଆମ୍ବ ବୋଝେଈ ପିକଅପ ଭ୍ଯାନ ଦୁର୍ଘଟଣା – ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ବଡକେରା ଛକ ନିକଟରେ ବିଳମ୍ବିତ ରାତିରେ ଏକ ଟ୍ରଲରକୁ ଆମ୍ବ ବୋଝେଇ ପିକଅପ ଧକ୍କା…