ମୁଖ୍ୟ ଖବର ବହୁ ପ୍ରତୀକ୍ଷାର ଅନ୍ତ – ଅତ୍ୟାଧୁନିକ ବସ୍ ଟର୍ମିନାଲ୍ରୁ ଗଡିଲା ବସ୍ Angul OnlineMay 10, 2023May 10, 2023 ଅନୁଗୋଳ – ଅନୁଗୋଳର ଅତ୍ୟାଧୁନିକ ବସ୍ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବା ନେଇ ପ୍ରତୀକ୍ଷାର ଅନ୍ତ ହୋଇଛି । ଜିଲ୍ଲାପାଳଙ୍କ ସହ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ବୈଠକରେ ପାର୍କିଂ ଦର ସ୍ଥିର ହେବା ପରେ ଆଜିଠାରୁ ନୂଆ ବସଷ୍ଟାଣ୍ଡରୁ ଗାଡ଼ି ଚଲାଇଛନ୍ତି ବସ୍ ମାଲିକ ସଂଘ । ପୁର୍ବରୁ ଠିକାସଂସ୍ଥା , ପ୍ରଶାସନ ଓ ବସ ମାଲିକ ସଂଘ ମଧ୍ଯରେ ପାର୍କିଂ ଦରକୁ ନେଇ ଅଡୁଆ ରହିଥିବା ବେଳେ ଶେଷରେ ୫୦ ଟଙ୍କା ପାର୍କିଂ ଫି ’ ଧାର୍ଯ୍ୟ କରା ଯାଇଛି । କରିବାକୁ ବସ ମାଲିକ ସଂଘ ଅଡ଼ି ବସିଥିଲା । ଆଜିଠାରୁ ନୂଆ ବସଷ୍ଟାଣ୍ଡରୁ ସମସ୍ତ ବସ୍ ଜିଲ୍ଲା ଓ ଜିଲ୍ଲା ବାହାରକୁ ଯାତ୍ରା ଆରମ୍ଭ କରିଛି । ଲୋକଙ୍କ ଅବଗତି ପାଇଁ ଦୁଇ ଚାରି ଦିନ ପୁରୁଣା ବସଷ୍ଟାଣ୍ଡକୁ ଗାଡ଼ି ଆସିବ , ପରେ ପୁରୁଣା ବସଷ୍ଟାଣ୍ଡ ସମ୍ପୂର୍ଣ ବନ୍ଦ ହେବ ବୋଲି ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ , ଅନୁଗୋଳ ତାମ୍ରିତ କଲୋନୀଠାରେ ପିପିପି ମୋଡ୍ରେ ନିର୍ମାଣ ହୋଇଛି ଅତ୍ୟାଧୁନିକ ବସ୍ ଟର୍ମିନାଲ୍ । ମିଲନ ବିଲଡର ଓ ଡେଭଲପର୍ସ ନାମକ ସଂସ୍ଥା ଏହି ବସଷ୍ଟାଣ୍ଡ ନିର୍ମାଣ କରିବା ସହ ପରିଚାଳନା ଦାୟିତ୍ଵ ନେଇଛି । ଗତ ଡିସେମ୍ବର ମାସରୁ ଏହି ବସଷ୍ଟାଣ୍ଡ୍ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଡିସେମ୍ବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହାକୁ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଥିଲା । ମାତ୍ର ବସ ମାଲିକ ସଂଘ ଓ ବସ ଟର୍ମିନାଲ୍ ପରିଚାଳନା ଦାୟିତ୍ବ ନେଇଥିବା ମିଲନ ବିଲଡର ଡେଭଲପର୍ସ ମଧ୍ୟରେ ପାର୍କିଂ ଦର ସ୍ଥିର ହୋଇ ନପାରିବାରୁ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହୋଇ ଚାଲିଥିଲା । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଥିବା ବେଳେ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପତାକା ଦେଖାଈ ନୂତନ ବସଷ୍ଟାଣ୍ଡରୁ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଆଜିର ଏହି କାର୍ଯ୍ଯକ୍ରମ ବେଳେ ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀ , ଆର୍ଟିଓ ନିଖିଲ୍ ପଟ୍ଟନାୟକ , ବସ ମାଲିକ ସଂଘର କର୍ମକର୍ତ୍ତା ଓ ପରିଚାଳନା ସଂସ୍ଥାର କର୍ମକର୍ତ୍ତା ଉପସ୍ଥିତ ଥିଲେ। Advertisement
ତହସିଲ ଅଫିସର କନିଷ୍ଠ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି ବିଶ୍ବାଳ ସାହି ନିକଟରେ ଏକ ଭଡ଼ା ଘରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ…
ଗଣତି ପାଇଁ ବ୍ୟବସ୍ଥା ଅନୁଗୁଳ -(ଅନୁଗୁଳ ଅନଲାଇନ)- ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି ହେବାକୁ ଥିବା ଭୋଟ ଗଣତି ପାଇଁ ଜିଲ୍ଲା ପ୍ରସାଶନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୃଙ୍ଖଳିତ…
ଫରେଷ୍ଟର ପରିଚୟ ଦେଇ ପୁଲିସକୁ ଧମକ – ଯୁବକ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା ସମଲ ଥାନା ପୁଲିସକୁ ଫରେଷ୍ଟର ପରିଚୟ ଦେଇ ଫୋନ କରିବା ସହ ହଇରାଣ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ସମଲ ପୁଲିସ…