ଖେଳ ଓ ଖେଳାଳି ଦଶନ୍ଧି ପରେ କ୍ରୀଡା ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚିତ Angul OnlineMay 23, 2023May 23, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା କ୍ରୀଡା ସଂସଦ ଦୀର୍ଘ ବର୍ଷର ହେଲା ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ଥିଲା । ଗଣମାଧ୍ୟମରେ ବାରମ୍ବାର ଏ ନେଇ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା । ଆଉ ବହୁ ବାଦ ବିବାଦର ଅନ୍ତ ଘଟି ଶେଷରେ ଆଜି ଅନୁଗୋଳ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଏହି ସଂସଦର ସଭାପତି ଜିଲ୍ଲାପାଳ ହୋଇଥିବା ବେଳେ ସାଧାରଣ ସମ୍ପାଦକ ପାଇଁ ଦୁଇ ଜଣଙ୍କ ମଧ୍ୟରେ ଭୋଟ ଲଢେଇ ହୋଇଥିଲା । ଏହି ପଦବୀ ପାଇଁ ଅନୁଗୋଳରୁ ରୁଚିର କୁମାର ଦାସ ଓ ତାଳଚେରରୁ ଡା. ଗୌର ଗୋବିନ୍ଦ ସାମନ୍ତ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ମୋଟ ୫୪ ଜଣ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୩୬ ଜଣ ସଦସ୍ୟ ମତଦାନ କରିଥିଲେ । ୩୬ ଟି ଭୋଟରୁ ତାଳଚେର ଅଞ୍ଚଳର ଡଃ . ଗୌର ଗୋବିନ୍ଦ ସାମନ୍ତ ୨୩ ଟି ଭୋଟ ପାଇ ବିଜୟ ହାସଲ କରିଥିବା ବେଳେ ରୁଚିର କୁମାର ଦାସଙ୍କୁ ୧୩ ଖଣ୍ଡ ଭୋଟ ମିଳିଥିଲା । ଯାହା ଫଳରେ ଏକ ଦଶନ୍ଧି ପରେ କ୍ରୀଡା ସଂସଦକୁ ଜଣେ ନୁଆଁ ସାଧାରଣ ସମ୍ପାଦକ ମିଳିଛି । ଏହା ସହ ଉପସଭାପତି ଭାବେ ନେତ୍ରାନନ୍ଦ ମାହକୁଳ , ଯୁଗ୍ମ ସମ୍ପାଦକ ଭାବେ ଦିଲ୍ଲୀପ କୁମାର ରାଉତ ଏବଂ କୋଷାଧ୍ୟକ୍ଷ ଭାବେ କିଶୋର କୁମାର କର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଜିତିବା ପରେ ନୂତନ ସାଧାରଣ ସମ୍ପାଦକ ଡ଼. ଗୌର ଗୋବିନ୍ଦ ସାମନ୍ତ କହିଛନ୍ତି ଯେ ଅନୁଗୋଳ ଜିଲ୍ଲାରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି । କିନ୍ତୁ ସେମାନଙ୍କୁ ସଠିକ ଭାବରେ ସୁଯୋଗ ମିଳୁ ନାହିଁ । ଏବେ ଜିଲ୍ଲାର ସବୁ ଖେଳ ଏବଂ ସମସ୍ତ ଖେଳାଳୀ କିଭଳି ରାଜ୍ୟ ତଥା ଦେଶ ପାଇଁ ଖେଳି ଗୌରବ ଆଣିବେ ସେ ଦିଗରେ ସେ ପ୍ରୟାସ କରିବେ । Advertisement
ଆମିଟି ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ – ଜେଏସପିଏଲ ଚମ୍ପିୟାନ ଅନୁଗୁଳ – ସ୍ଥାନୀୟ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଜିନ୍ଦଲ ନଗର ପରିସରର କ୍ରୀଡାଙ୍ଗନ ଠାରେ ଆମିଟି କପ, ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ…
ଜାତୀୟ ମୁଥୁତାଇ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳ ପ୍ରତିଯୋଗୀ – ହାତେଇଲେ ୬ ସ୍ୱର୍ଣ୍ଣ ପଦକ ଅନୁଗୁଳ – ଜାତୀୟ ସ୍ତରୀୟ ମୁଥୁତାଇ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାର ପ୍ରତିଯୋଗୀଙ୍କୁ ସଫଳତା ମିଳିଛି । ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ମୁଥୁତାଇ ଚାମ୍ପିଅନସିପ ୨୦୨୨ରେ ଓଡ଼ିଶାର ପ୍ରଦର୍ଶନ…
ଉଦଯାପିତ ହେଲା ଫୁଟସଲ – ୨୦୨୩ , ଜୋସ ଟିମ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ…