ଅପରାଧ ଶ୍ରମିକ କାର୍ଡ କରାଇବା ନେଇ ଲକ୍ଷାଧିକ ଟଙ୍କା ଠକେଇ Angul OnlineJune 10, 2023June 10, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋହିରାପଶି ଗ୍ରାମର ଜଣେ ଯୁବକ ଶ୍ରମିକ କାର୍ଡ କରାଇଦେବା କହି ଲକ୍ଷାଧିକ ଟଙ୍କା ହଡପ କରିଥିବା ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତୁଳିଆ ଗ୍ରାମର ରବିନ୍ଦ୍ରନାଥ ପ୍ରଧାନଙ୍କୁ ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମର ବିଜୟ କୁମାର ସିଂହ ଫୋନ କରି ଶ୍ରମିକ କାର୍ଡ କରାଇଦେବା କହିବା ସହ ତୁମ ପିଲାଙ୍କୁ ଅନୁଗୋଳ ଜନସେବା କେନ୍ଦ୍ରକୁ ଧରି ଆସ ବୋଲି କହିଥିଲେ । ଫୋନ ପାଇ ରବିନ୍ଦ୍ରନାଥ ୧୦୫ଜଣ ପିଲାଙ୍କୁ ନେଇ ଅନୁଗୋଳର ଉକ୍ତ ଜନସେବା କେନ୍ଦ୍ରକୁ ଯାଇଥିଲେ । ସେଠାରେ ମଧ୍ୟ ସମସ୍ତ ଶ୍ରମିକଙ୍କର ଅନଲାଇନ କରି ବିଜୟ ଜଣ ପ୍ରତି ୭୦୦ଟଙ୍କା ନେଇଥିଲେ । କିନ୍ତୁ ଆଜକୁ ୭ମାସ ହେଲା ବିଜୟ ଏପର୍ଯ୍ୟନ୍ତ ଶ୍ରମିକ କାର୍ଡ ଦେଇନାହାନ୍ତି କି ଫୋନ କଲେ ମଧ୍ୟ ଉଠାଉନଥିବା ରବିନ୍ଦ୍ରନାଥ ଅଭିଯୋଗ କରିଛନ୍ତି । ରବିନ୍ଦ୍ର ଏ ବିଷୟରେ ବିଜୟଙ୍କୁ ବାରମ୍ବାର ପଚାରୁଥିଲେ ମଧ୍ୟ ଆଜି କାଲି କହି ବିଜୟ ଦିନ ଗଡାଉଛନ୍ତି । ଶ୍ରମିକ ମାନେ ରବିନ୍ଦ୍ରଙ୍କୁ ଏ ନେଇ ଗାଳିଗୁଲଜ କରୁଥିବାବେଳେ ରବିନ୍ଦ୍ର ବାଧ୍ୟ ହୋଇ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏପରିକି ବିଜୟ ଏକ ବିଡି କମ୍ପାନୀ ମଧ୍ୟ କରିଥିଲେ । ତେଣୁ ରବିନ୍ଦ୍ର ତାଙ୍କୁ ୩ଲକ୍ଷ ବିଡି ଦେଇ ମଧ୍ୟ ତାଙ୍କର ପ୍ରାପ୍ୟ ପାଇନାହାନ୍ତି । ଶ୍ରମିକ ମାନଙ୍କର ଶ୍ରମିକ କାର୍ଡ ପାଇଁ ୯୧ ହଜାର ୫୦୦ଶହ ଓ ବିଡି ପାଇଁ ୪୫ହଜାର ଟଙ୍କା, ମୋଟ ୧,୩୬,୫୦୦ ଟଙ୍କା ବିଜୟ ଫେରସ୍ତ କରୁ ନାହାନ୍ତି । ତେଣୁ ବାଧ୍ୟ ହୋଇ ଛେଣ୍ଡିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । Advertisement
ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ ସମଲ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୂଲିସ ବିଭିନ୍ନ ଜାଗାରେ ଚଢାଉ କରି ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର…
ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରୁ ଚୋରି କରି ଦୁଇ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତରେ ନିର୍ମାଣ ହେଉଥିବା ଜାତୀୟ ରାଜପଥର ଲୁହା ରଡ଼ ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ…
ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ ତାଳଚେର – ରେଳ ଫାଟକ ନିକଟରେ ଗାଡି ଅଟକିଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଡି ମାଲିକ ଆହତ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ କାର ଭାଙ୍ଗି…