ମୁଖ୍ୟ ଖବର ଦୁର୍ଘଟଣାରେ ଅବକାରୀ ବିଭାଗ ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ Angul OnlineJune 19, 2023June 19, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବିରବରପଲ୍ଲିଠାରେ ଏକ ସଡକ ଦୁର୍ଘଟଣାରେ ଅବକାରୀ ବିଭାଗର ଜଣେ କର୍ମଚାରୀ ପ୍ରାଣ ହରାଇଛନ୍ତି । ମୃତ କର୍ମଚାରୀଙ୍କ ନାମ ମଧୁସୂଦନ ବେହେରା ହୋଇଥିବା ବେଳେ ସେ କିଛି ମାସ ହେବ ତାଳଚେର ଅବକାରୀ ବିଭାଗର ସବ୍ ଇନ୍ସପେକ୍ଟର ଭାବେ ଯୋଗ ଦେଇଥିଲେ । ଆଜି ଅପରାହ୍ନରେ ସେ କୌଣସି କାମରେ ମୋଟରସାଇକେଲରେ ଯାଇଥିବା ବେଳେ ତାଙ୍କର ଏକ ଅଜଣା ମୋଟରସାଇକେଲ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟାଇ ଥିବା ଅନ୍ୟ ମୋଟରସାଇକେଲ ଚାଳକ ନିଶାସକ୍ତ ଅଵସ୍ଥାରେ ମଧୁସୂଦନଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ପଳାଇ ଯାଇଥିବା ଜଣା ପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଅନୁଗୋଳ ଜିଲ୍ଲା ମୂଖ୍ୟ ଡାକ୍ତରଖାନାଙ୍କୁ ଓ ପରେ ମଧୁସୂଦନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଉଥିଲା । ତେବେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଛି । Advertisement
ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜରପଡା-ଛେଣ୍ଡିପଦା ପୁର୍ତ ବିଭାଗ ରାସ୍ତାର ଟେଣ୍ଟୁଲୋଇ ଗ୍ରାମର ଦଣ୍ଡା ବାଙ୍କଠାରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ମୋଟରସାଇକେଲ…
କୋଭିଡ ନିୟମ ଉଲ୍ଲଂଘନ – ମେଡ଼ିସିନ ଦୋକାନ ସିଲ ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଥିବା ଏକ ମେଡ଼ିସିନ ଦୋକାନକୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ସିଲ କରିଛି । ସୂଚନା ଅନୁସାରେ ସୀତାରାମ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଖାଇବାରୁ ହରିଲୁଟ ଅନୁଗୋଳ – ଅନୁଗୋଳ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରିବାର ମହତ୍ ଉଦ୍ଦେଶ୍ୟ ନେଇ ସରକାର ଦିନକୁ ତିନି ଓଳି ଖାଦ୍ୟର…