ମୁଖ୍ୟ ଖବର ଖଣିରେ ଦୁର୍ଘଟଣା – ଜଣେ ମୃତ Angul OnlineJuly 18, 2023July 18, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିର ସାଇଲୋ ରାସ୍ତାରେ MCL ର ପାଣି ଡମ୍ଫର ମାଡିଯାଇ ଜଣେ ଖଣି କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଶାନ୍ତ ପ୍ରଧାନ ,ସେ ତାଳଚେର ବଲଣ୍ଡା ଗ୍ରାମରୁ ବୋଲି ଜଣାପଡିଛି । ସୂଚନା ଅନୁସାରେ , ସୁଶାନ୍ତ ଖଣି ରାସ୍ତାରେ ପାଣି ପକେଇବାକୁ ପାଣି ଡମ୍ଫରଟି ଧରି ଯାଉଥିବା ବେଳେ କୋଣସି କାରଣବଶତଃ ସେହି ଡ଼ମ୍ଫରଟିକୁ ଠିଆକରି ତଳକୁ ଓଲାହି ଥିଲେ । ପରେ ଡମ୍ଫରଟି ଆପେ ଆପେ ଗଡିଯିବାରୁ ପ୍ରଶାନ୍ତ ଗାଡିକୁ ରୋକିବା ପାଇଁ ଚେଷ୍ଟା କରୁଥିବା ବେଳେ ଡମ୍ଫର ଚକାତଳେ ପଡି ଯାଇଥିଲେ । ଫଳରେ ତାଙ୍କ ଉପରେ ଡମ୍ଫରଟି ମାଡ଼ିଯାଇଥିଲା ଏବଂ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପ୍ରଶାନ୍ତ ଲିଙ୍ଗରାଜ ଖଣିରେ ଡମ୍ଫର ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁକୁ ନେଇ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । ପରେ ଖଣି କର୍ତ୍ତୃପକ୍ଷ କ୍ଷତିପୂରଣ ରାଶି ଦେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଖବର ପାଇ ପୋଲିସ ଶବ ବ୍ୟବଛେଦ କରି ଅଧିକ ତଦନ୍ତ କରିଛି । Advertisement
ମରଣାତ୍ମକ ଆକ୍ରମଣର ପ୍ରତିବାଦ – ଥାନାରେ ପକାଇଦେଲେ ତାଲା ଅନୁଗୁଳ – ଅନୁଗୁଳ ସଦର ମହକୁମାରେ ଗତ ସୋମବାର ବିଜୁ ଜନତା ଦଳର ତୈଳଦର ବୃଦ୍ଧି ପ୍ରତିବାଦରେ ଚାଲିଥିବା ଶୋଭାଯାତ୍ରାରେ ସ୍ଥାନୀୟ ରାଧାରମଣପଡ଼ା ଅଞ୍ଚଳର ବନିତା ସାହୁ…
ସୁରକ୍ଷା କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ସୀମାନ୍ତ ଜରପଡା ଓ ବଇଣ୍ଡା ମଧ୍ୟରେ ଥିବା ଏଆଇପିଏଲ (ଅଗ୍ରୱାଲା ଇନଫ୍ରା ବିଲଡ ପ୍ରାଇଭେଟ ଲିମିଟେଡ) କମ୍ପାନୀ ପରିସରରୁ…
ହାତ ଛାଡିଲେ କଂଗ୍ରେସ ସଭାନେତ୍ରୀ – ଦାୟୀ କଲେ ସଭାପତିଙ୍କୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ଆଜି (ଶୁକ୍ରବାର) ସଭାନେତ୍ରୀ ପଦ ଏବଂ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ…