ମୁଖ୍ୟ ଖବର ଖଣିରେ ଦୁର୍ଘଟଣା – ଜଣେ ମୃତ Angul OnlineJuly 18, 2023July 18, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିର ସାଇଲୋ ରାସ୍ତାରେ MCL ର ପାଣି ଡମ୍ଫର ମାଡିଯାଇ ଜଣେ ଖଣି କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଶାନ୍ତ ପ୍ରଧାନ ,ସେ ତାଳଚେର ବଲଣ୍ଡା ଗ୍ରାମରୁ ବୋଲି ଜଣାପଡିଛି । ସୂଚନା ଅନୁସାରେ , ସୁଶାନ୍ତ ଖଣି ରାସ୍ତାରେ ପାଣି ପକେଇବାକୁ ପାଣି ଡମ୍ଫରଟି ଧରି ଯାଉଥିବା ବେଳେ କୋଣସି କାରଣବଶତଃ ସେହି ଡ଼ମ୍ଫରଟିକୁ ଠିଆକରି ତଳକୁ ଓଲାହି ଥିଲେ । ପରେ ଡମ୍ଫରଟି ଆପେ ଆପେ ଗଡିଯିବାରୁ ପ୍ରଶାନ୍ତ ଗାଡିକୁ ରୋକିବା ପାଇଁ ଚେଷ୍ଟା କରୁଥିବା ବେଳେ ଡମ୍ଫର ଚକାତଳେ ପଡି ଯାଇଥିଲେ । ଫଳରେ ତାଙ୍କ ଉପରେ ଡମ୍ଫରଟି ମାଡ଼ିଯାଇଥିଲା ଏବଂ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପ୍ରଶାନ୍ତ ଲିଙ୍ଗରାଜ ଖଣିରେ ଡମ୍ଫର ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁକୁ ନେଇ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । ପରେ ଖଣି କର୍ତ୍ତୃପକ୍ଷ କ୍ଷତିପୂରଣ ରାଶି ଦେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଖବର ପାଇ ପୋଲିସ ଶବ ବ୍ୟବଛେଦ କରି ଅଧିକ ତଦନ୍ତ କରିଛି । Advertisement
୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦାଫାସ – ୩ ଗିରଫ ଛେଣ୍ଡିପଦା – ବିଳମ୍ବ ହେଲେ ମଧ୍ୟ ଦୀର୍ଘ ୩ ବର୍ଷ ପରେ ଜରପଡା ପୁଲିସକୁ ଏକ ହତ୍ୟାକାଣ୍ଡ ପର୍ଦାଫାସ କରିବା ସହ ଅଭିଯୁକ୍ତ ମାଙ୍କୁ ଧରିବାର ସଫଳତା…
କଣ୍ଟ ପୁରିଲା , ରହିଲା ନାହିଁ ରାଜପଥ ନେଇ ପ୍ରଶାସନ ପ୍ରତିଶୃତି ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଅନୁଗୁଳ ସଚେତନ ନାଗରିକ ଧାରଣାରେ ବସିଥିଲେ । ଏହି ଜାତୀୟ…
ପୁଣି ଏକ ଦନ୍ତା ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ଏହି ହାତୀର…