ରାଜନୀତି ଜିଲ୍ଲା ଯୋଜନା କମିଟିରେ ସଦସ୍ୟ ଭାବେ ଉଷା ଓ ଜଗନ୍ନାଥ ବିଜୟୀ Angul OnlineJuly 25, 2023July 25, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଯୋଜନା କମିଟିରେ ସଦସ୍ୟ ଭାବେ ତାଳଚେର ପୌର ପରିଷଦ ୨ ନମ୍ବର ଓ ୪ ନମ୍ବର କାଉନ୍ସିଲର ନିର୍ବାଚିତ ହୋଇଛନ୍ତି । ଅନୁଗୋଳସ୍ଥିତ ଯୋଜନା କମିଟି କାର୍ଯ୍ୟାଳୟ ପରିସରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଗୋଳ ଓ ତାଳଚେର ମ୍ୟୁନିସିପାଲିଟି ଏବଂ ଆଠମଲ୍ଲିକ ଏନ୍ଏସିର ପୌରାଧ୍ୟକ୍ଷ ଓ କାଉନ୍ସିଲରମାନେ ଅଂଶଗ୍ରହଣ କରିଥିଲେ । ୨୦-୧୪ ଭୋଟ୍ ବ୍ୟବଧାନରେ ତାଳଚେର ୪ ନମ୍ବର ୱାର୍ଡ ବିଜେଡି କାଉନ୍ସିଲର ଜଗନ୍ନାଥ ଗଡ଼ନାୟକ ବିଜୟୀ ହୋଇଥିବା ବେଳେ ଅନୁଗୁଳ ୨ ନମ୍ବର ୱାର୍ଡ ବିଜେଡି କାଉନ୍ସିଲର ଉଷା ସାମଲ ମଧ୍ୟ ବିଜୟୀ ହୋଇଛନ୍ତି । ଉଭୟଙ୍କୁ ଦଳୀୟ ସମର୍ଥନ ଜଣାଇଥିବା କାଉନ୍ସିଲର ଓ ନଗରପାଳଙ୍କ ସହ ଜିଲ୍ଲାର ୩ ବିଧାୟକ ଓ ସାଂସଦଙ୍କୁ ଶ୍ରୀ ଗଡ଼ନାୟକ ଓ ଶ୍ରୀମତୀ ସାମଲ କୃତଜ୍ଞତା ଜଣାଇଛନ୍ତି । Advertisement
ପ୍ରଥମ ଦିନରେ ୫୪୫ ଜଣଙ୍କ ନାମାଙ୍କନ ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ…
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିକ୍ଷୋଭ – ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ ଅନୁଗୁଳ – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏଥିରେ ସଂପୃକ୍ତି ଥିବା ଗୃହ…
ମ୍ୟୁନିସିପାଲିଟି ଓ ଏନଏସି ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା ଅନୁଗୁଳ – ପୌର ନିର୍ବାଚନ ନେଇ ଆଉ ପାଦେ ଆଗେଇଲେ ସରକାର । ମ୍ୟୁନିସିପାଲିଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।…