ମୁଖ୍ୟ ଖବର ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାତ ଗୋରୁଙ୍କ ମଧ୍ଯ ମୃତ Angul OnlineJuly 30, 2023July 30, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାତ ଗୋରୁଙ୍କ ମଧ୍ଯ ମୃତ୍ଯୁ ହୋଇଛି । ବଅଁରପାଳ ବ୍ଲକ ତଳମୂଳ ଶାସନ ପଞ୍ଚାୟତ ନାଉପାଳ ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ନାଉପାଳ ଗ୍ରାମର ପ୍ରଫୁଲ୍ଲ ଭୋଇ । ରାସ୍ତାରେ ଯାଉଥିବା ବେଳେ ପ୍ରଫୁଲ୍ଲକୁ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଛି । ମୃତଦେହ ରଖି ଗାଁ ଲୋକ ମହିଧରପୁର-ଅନୁଗୋଳ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ତଦନ୍ତ ଜାରି ରଖିଛି । ସେହିଭଳି ତାଳଚେର ଗୋଡିବନ୍ଧ ନିକଟସ୍ଥ ହଳଦିଆକଟା ଛକ ନିକଟରେ ପାଉଁଶ ବୋଝେଇ ଟ୍ରକ୍ ଧକାରେରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ କଣିହାଁ ବ୍ଲକ ଦଣ୍ଡସିଙ୍ଗା ଗ୍ରାମର ସୁମନ କୁମାର ନାଏକ ବୋଲି ଜଣାପଡିଛି । ସୁମନ କୌଣସି କାମରେ ନିଜ ବାଇକ ଯୋଗେ ଆସିଥିବା ବେଳେ ତାଙ୍କୁ ଏକ ପାଉଁଶ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ସୁମନଙ୍କ ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଁଚି କ୍ଷତିପୂରଣ ଓ ରାସ୍ତାକୁ ମରାମତି କରିବା ଦାବିରେ କଣିହାଁ ତାଳଚେର ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ତାଳଚେର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଟ୍ରକ୍ କୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଆଉ ଏକ ଦୁର୍ଘଟଣାରେ ୭ ଗୋରୁଙ୍କ ମୃତ୍ଯୁ ହୋଇଛି । ତାଳଚେର ଜାତୀୟ ରାଜପଥ ତାଳବେଡା ସମ୍ମୁଖରେ ଏହି ସବୁ ଗୋରୁ ମରି ପଡିଥିବା ସକାଳେ ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କା ଯୋଗୁଁ ଏହି ଗୋରୁଙ୍କର ମୃତ୍ୟୁ ହୋଇଥିବା କୁହା ଯାଉଛି । Advertisement
ବିଜେପିରେ ଯୋଗଦେଲେ ଦିଲ୍ଲୀପ ଏବଂ ସୁନୀଲ ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ନିଜ ନିଜ ଦଳର ପତିଆରା କେମିତି ଜାହିର ହେବ ସେଥିପାଇଁ ସମସ୍ତ ଚେଷ୍ଟା…
ଟ୍ରକ ଚାପାରେ ବାପ-ପୁଅ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୩ ବର୍ଷର ପୁଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି…
କୁମ୍ଭୀର ପାଇଁ ଭୟରେ ଗ୍ରାମବାସୀ (ଭିଡିଓ) ତାଳଚେର – ନଦୀରେ କୁମ୍ଭୀର । ଗାଁରେ ଆତଙ୍କ । ଅନୁଗୋଳ ଜିଲ୍ଲା ତାଳଚେର ସିରିଗିଡା ଗାଁ ଲୋକ ଏବେ ଭୟରେ । ଗାଁ ନିକଟରେ…