ମୁଖ୍ୟ ଖବର ସ୍ୱାଧିନତା ଦିବସରେ ଅନୁଗୋଳର ଚାଷୀଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ Angul OnlineAugust 11, 2023August 11, 2023 ଅନୁଗୁଳ – ଘାସ ଚାଷୀଙ୍କୁ ଦିଲ୍ଲୀରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସରେ ଅତିଥି ଭାବେ ନିମନ୍ତ୍ରଣ । ଆସନ୍ତା ସ୍ବାଧୀନତା ଦିବସରେ ଅନୁଗୁଳ ଜିଲ୍ଲାର ଚାଷୀ ବିଭୁପ୍ରସାଦ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କୁ ନିମନ୍ତ୍ରଣ କରା ଯାଇଛି । ଯାହାକୁ ନେଇ ଉଭୟ ବେଶ ଖୁସି ପ୍ରକଟ କରିଛନ୍ତି । ଜିଲ୍ଲାରୁ ଏକମାତ୍ର ନିମନ୍ତ୍ରିତ ଅତିଥି ହୋଇଥିବା ବେଳେ ସେ କେବେ ଏହା ଆଶା କରି ନଥିଲେ । ସ୍ୱାଧୀନତା ଦିବସ ଭଳି ପବିତ୍ର ଦିନରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ମିଳିବା ପରେ ସେ ଆଉ ତା କ ସ୍ତ୍ରୀ ବେଶ ଖୁସି । ବିଭୁପ୍ରସାଦଙ୍କ ଘର ବନ୍ତଳା , ତଳଗଡ ହୋଇଥିବା ବେଳେ ସେ ଦୀର୍ଘ ୧୨ ବର୍ଷ ହେଲା ଘାସ ଚାଷ କରିବା ସହ ଘାସରୁ ତେଲ କାଢି ସେହି ତେଲକୁ ରାଜ୍ଯ ତଥା ରାଜ୍ଯ ବାହାର ବଜାରରେ ବିକ୍ରି କରିଥାନ୍ତି । ଯେଉଁ ଜମି ଦିନେ ଅନାବନା କିମ୍ବା ବନ୍ୟଜନ୍ତୁ ଦାଉ ଯୋଗୁଁ ପଡିଆ ହୋଇ ପଡ଼ିଥିଲା , ସେଥିରେ ସେ ଘାସ ଚାଷ କରି ସଫଳ ହୋଇଛନ୍ତି । ହଠାତ ଏହି ଖବର ପାଇବା ପରେ ଉଭୟ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ବେଶ ଆନନ୍ଦ ଦେଇଛି । ସେ ଏହି ନିମନ୍ତ୍ରଣ ପାଇ ଦିଲ୍ଲୀ ଯିବେ ଏବଂ ସ୍ୱାଧୀନତା ଦିବସ ପ୍ୟାରେଡ଼ ପ୍ରତ୍ୟକ୍ଷ ଭାବେ ଦେଖିବେ ଏହାଠାରୁ ବଳି ଆନନ୍ଦ ଆଉ କିଛି ନାହିଁ ବୋଲି କହିଛନ୍ତି । Advertisement
ନାଲକୋର ଉତ୍କଳ ଡି ଓ ଇ, କମ୍ପାନୀ କାର୍ଯ୍ୟକୁ ବନ୍ଦ କରି ୨୩ ଜଣ କ୍ଷତିଗ୍ରସ୍ତ ପ୍ରଜା ଗିରଫ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମ ପଂଚାୟତର ଗୋପିବଲ୍ଲଭପୁର ଠାରେ ନାଲକୋର ଉତ୍କଳ “ଡି” ଓ “ଇ”, କମ୍ପାନୀ ପକ୍ଷରୁ ପ୍ରସ୍ତାବିତ…
ଭିଜନ -୨୦୨୩ , ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହେବ ଅନୁଗୁଳ – ଆସନ୍ତା ୨୦୨୩ ମସିହାରେ ଅନୁଗୁଳ ଜିଲ୍ଲା ୩୦ବର୍ଷରେ ପଦାର୍ପଣ କରିବ । ଆଉ ଏହି ୨୦୨୩ ବେଳକୁ ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ…
ବିଦ୍ୟୁତ ଆଘାତରେ ଭାଇ ମୃତ ଓ ଭଉଣୀ ଗୁରୁତର ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗାଁ ମହାରଣାସାହିରେ ସୋମବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ ହୋଇ ଥିବା ବେଳେ ଉଦ୍ଧାର କରିବାକୁ ଯାଇ ଭଉଣୀ…