ମୁଖ୍ୟ ଖବର ଅତିରିକ୍ତ ଏସ୍.ପି.ଙ୍କ ଅକାଳ ବିୟୋଗ Angul OnlineAugust 17, 2023August 17, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଗୁରୁବାର ସକାଳେ ଅକାଳ ବିୟୋଗ ହୋଇଛି । ସ୍ବର୍ଗତ ପାଣିଗ୍ରାହୀ ସକାଳେ ବଜାରରୁ ପରିବା କିଣି ଆଣିଥିଲେ। ଘରେ କିଛି କାମ କରିଥିଲେ । ତାପରେ ତାଙ୍କର ବାନ୍ତି ହୋଇଥିଲା । ଅସୁସ୍ଥ ଅନୁଭବ କରିବାରୁ ଜିପ୍ ଚାଳକଙ୍କୁ ଡ଼ାକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବାପରେ ସମଗ୍ର ଜିଲ୍ଲା ପୁଲିସରେ ଶୋକର ଛାୟା ଖେଳିଯାଇଥିଲା । ସେଜଣେ କର୍ମଠ ନ୍ୟାୟବନ୍ତ ପୁଲିସ ଅଧିକାରୀଭାବେ ସୁନାମ ଅର୍ଜନ କରିଥିଲେ । ନିକଟରେ ତାଙ୍କର ବାଲେଶ୍ବର ଜିଲ୍ଲାକୁ ବଦଳି ହୋଇଥିଲା । କିଛି ଦିନ ମଧ୍ୟରେ ନୂଆ ଜାଗାରେ ଯୋଗଦେବାର ଥିଲା । ଖବରପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଜି ବ୍ରିଜେଶ ରାଏ, ଆରକ୍ଷୀ ଅଧିକ୍ଷକ ସୁଧାଶୁ ଶେଖର ମିଶ୍ର ତାଙ୍କର ଶେଷ ଦର୍ଶନ କରିଥଲେ । ପରେ ଅପରାହ୍ନରେ ଛେଳିଆପଡ଼ା ପୁଲିସ ରିଜର୍ଭ ପଡ଼ିଆଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ସ୍ବର୍ଗତ ପାଣିଗ୍ରାହୀଙ୍କ ପାର୍ଥିବ ଶରିରକୁ ନିଜ ଜନ୍ମମାଟି ବଲାଙ୍ଗିରକୁ ସନ୍ଧ୍ୟାରେ ନିଆଯାଇଛି । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ । Advertisement
ଗଛ କଟା ପାଇଁ କାନ୍ଦିଲେ ରେଞ୍ଜର – ଲଣ୍ଡା ହୋଇ ଶୁଦ୍ଧିକ୍ରିୟା କଲେ ପରିବେଶପ୍ରେମୀ ଛେଣ୍ଡିପଦା – ସରକାର ମା ପାଇଁ ଗଛଟିଏ ନାରା ଦେଉଥିବା ବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ କୋଇଲା ଖଣି ନିମନ୍ତେ ଗଛ କଟା ଯିବାକୁ ପ୍ରସ୍ତୁତି…
ଜାତୀୟ ରାଜପଥ ପାଇଁ ଜନ ସମାବେଶ – ଧର୍ମଘଟ ଚେତାବନୀ ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ପଞ୍ଚମହଲା (ଆର୍.ଟି.ଓ. ଅଫିସ) ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଯୁଦ୍ଧାକାଳୀନ ଭିତ୍ତିରେ ନିର୍ମାଣ କରିବା…
ସୋମବାର ଠାରୁ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’ ଖୋଲିବ ଅନୁଗୁଳ – ଚଳିତ ମାସ ୮ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହୋଇଥିବା ବିଶ୍ୱସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ…