ମୁଖ୍ୟ ଖବର ସ୍କୁଟି-ବୁଲେଟ ଧକ୍କା – ଜଣେ ମୃତ Angul OnlineAugust 25, 2023August 25, 2023 ଅନୁଗୁଳ – ଅନୁଗୁଳ ସହରର ନରାୟଣ ସାଗର ସମ୍ମୁଖ ହେଲଥ କରିଡର ରାସ୍ତାରେ ସ୍କୁଟି-ବୁଲେଟ ମଧ୍ୟରେ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଖଲାରୀ ଗ୍ରାମର ହେମନ୍ତ ସାହୁ । ସୂଚନା ଅନୁସାରେ, ସହରର ଏକ ଡ୍ରେସ ଦୋକାନରେ କାମ କରୁଥିବା ହେମନ୍ତ ଶୁକ୍ରବାର ସକାଳେ ଡ୍ରେସ ଦୋକାନକୁ ନିଜ ସ୍କୁଟିରେ ଆସୁଥିଲେ । ନାରାୟଣ ସାଗର ସମ୍ମୁଖରେ ସାମ୍ନାରୁ ଆସୁଥିବା ଏକ ବୁଲେଟ୍ ତାଙ୍କୁ ଧକ୍କା ଦେଇଥିଲା । ହେମନ୍ତ ରାସ୍ତା ଉପରେ ଛିଟିକି ହୋଇ ପଡ଼ି ଯାଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଗୁରୁତର ହେମନ୍ତଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲା । କଟକ ନେବା ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏପଟେ ବୁଲେଟ୍ ଆରୋହୀଙ୍କ ମୁଣ୍ଡ ପାଟିଥିବା ବେଳେ ସେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିସ୍ଥିତ ଦେଉଛନ୍ତି । Advertisement
କମେଣ୍ଟ ମାରିବାରୁ ଯୁବକଙ୍କୁ ଗାଁରେ ଲଣ୍ଡା କରି ବୁଲାଇଲେ ତାଳଚେର – ପୁଣି ହଜିଗଲା ମାନବିକତା । ସାମାନ୍ୟ ଭୁଲ ପାଇଁ ଯୁବକଙ୍କୁ କାଙ୍ଗାରୁ କୋର୍ଟରେ ଦଣ୍ଡିତ କଲେ ଗ୍ରାମବାସୀ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା…
ମୋଟରସାଇକେଲ ଦୁର୍ଘଟଣା – ତିନି ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଛି । ଜରପଡା ଥାନା ଉଗୀ ଗାଁ ନିକଟରେ ଭାରସାମ୍ୟ ହରାଇ…
ପୁଲିସ ର ମାଡରେ ଯୁବକ ଗୁରୁତର ଅଭିଯୋଗ ପାଲଲହଡା – ଅନୁଗୋଳ ଜିଲ୍ଲା ଖାମାର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଆଦିତ୍ୟ ବେହେରା ପୁଲିସର ମାଡରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା…