ଅପରାଧ ୧୧ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ Angul OnlineSeptember 11, 2023September 11, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ବ୍ରାଉନସୁଗାର ବେପାର କରିବାକୁ ଗରାଖ ଅପେକ୍ଷାରେ ଥିବା ବେଳେ ଜଣେ ବେପାରୀକୁ ଗିରଫ କରିବା ସହ ତା ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ସୂଚନା ଅନୁସାରେ ନାଲକୋନଗର ଥାନା କୁକୁଡାଙ୍ଗ ଗାଁର ମଙ୍ଗଳା ମନ୍ଦିର ନିକଟରେ ସେହି ଗାଁର ସରୋଜ ପ୍ରଧାନ ନାମକ ଜଣେ ବ୍ୟକ୍ତି ବ୍ରାଉନସୁଗାର ଧରି ଗ୍ରାହକ ଅପେକ୍ଷାରେ ଥିବା ଅବକାରୀ ବିଭାଗ ସୂଚନା ପାଇଥିଲା । ସୂଚନା ପାଇ ଅବକାରୀ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସରୋଜକୁ କାବୁ କରି ନେଇଥିଲେ । ଜାଞ୍ଚ ବେଳେ ତା ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ହେବ ବୋଲି ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି । ସରୋଜକୁ ପଚରାଉଚରା କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ।. Advertisement
ବ୍ରାଉନସୁଗାର କାରବାର – କୋଶଳାରୁ ଟ୍ଵିନ ସିଟି କଟକ – କଟକ ଜିଲ୍ଲା ବାଙ୍କି ପୁଲିସ ଷ୍ଟେସନ ଅଧିନରେ ଥିବା ଅଂଶୁପା ହ୍ରଦ ନିକଟରୁ ଆଜି ଏସ ଟି ଏଫ କୁ ବଡ ଧରଣର ସଫଳତା…
ଲକ୍ଷାଧିକ ଟଙ୍କା ସହ ମୋଟରସାଇକେଲ ନେଇ ଭଡାଟିଆ ଚମ୍ପଟ – ଥାନାରେ ଅଭିଯୋଗ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡରୀର କିଛି ଲୋକଙ୍କୁ ସେହି ଗାଁରେ ଭଡାରେ ରହୁଥିବା ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ନେବା ସହ…
ଜ୍ୱାଇଁ ହତ୍ୟାକାରୀ ଶଶୁରକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଜ୍ୱାଇଁ ହତ୍ୟାକାରୀ ଶଶୁରକୁ ଆଜୀବନ କାରାଦଣ୍ଡ । ୨୨ ଜଣ ସାକ୍ଷୀ ଓ ବୟାନ ଆଧାରରେ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା…