ଆଞ୍ଚଳିକ ଗାଁରେ ମାତିଛି ଭାଲୁ – ଭୟଭୀତ ଅଞ୍ଚଳବାସୀ Angul OnlineSeptember 24, 2023September 24, 2023 କିଶୋରନଗର – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ କିଶୋରନଗର ଅଞ୍ଚଳରେ ଏବେ ଭାଲୁ ଭୟ ଘାରିଛି । ଗତ ଏକ ମାସ ଭିତରେ ଭାଲୁ ଆକ୍ରମଣରେ ପ୍ରାୟ ୧୦ ଜଣ ଆହତ ହେଲେଣି । ଗତ ୨୧ ତାରିଖରେ ମାଧପୁର ରେଞ୍ଜ କନ୍ଧପଡ଼ା ଗ୍ରାମରେ ତିନି ଭାଲୁ ଆକ୍ରମଣରେ ହରମୋହନ ସାହୁ ନାମକ ଜଣେ ବ୍ଯକ୍ତି ଗୁରୁତର ହୋଇଛନ୍ତି । ହରମୋହନ ସକାଳୁ ତାଙ୍କ ବିଲକୁ ଧାନ ଫସଲ ଦେଖିବାକୁ ଯାଉଥିଲେ । ହରମୋହନ ଗାଁ ମୁଣ୍ଡରେ ଥିବା ସମୟରେ ୩ଟି ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ସେହିଭଳି କିଶୋରନଗର ବ୍ଲକ ବଣିଆ ଦୋହଲି ଗାଁରେ ଗତ ଅଗଷ୍ଟ ୫ ତାରିଖରେ ଭାଲୁ ଆକ୍ରମଣରେ ସେହି ଗାଁର ପଦ୍ମିନୀ ପ୍ରଧାନ ନାମକ ଜଣେ ବୃଦ୍ଧା ଗୁରତର ହୋଇଥିଲେ । ଗତ ଦୁଇ ଦିନ ତଳେ ମଧ୍ଯ ବଣିଆଦୋହଲି ଗାଁରେ ଭାଲୁ ଆକ୍ରମଣ କରିଥିଲା । ପିଢ ପୁଜା ପାଇଁ ଯାଉଥିବା ବେଳେ ଗାଁର ମୋତିଲାଲ ପ୍ରଧାନ ଓ ସୁବଳ ନାୟକଙ୍କୁ ଭାଲୁ ଆକ୍ରମଣ କରିଥିଲେ । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଏହିଭଳି ଭାଲୁ ବାରମ୍ବାର ଆକ୍ରମଣ କରିବା ଫଳରେ ଏବେ ଅଞ୍ଚଳବାସୀ ଭୟଭିତ ଅଛନ୍ତି । ବନ ବିଭାଗକୁ ଅଭିଯୋଗ କଲେ କିଛି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । Advertisement
ଟ୍ରକ ଧକ୍କାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ଏନଟିପିସି ଗୋଡ଼ିବନ୍ଧ ରାସ୍ତା ହରିହରପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର…
ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ଦନ୍ତାହାତୀ ର ଗଳିତ ମୃତଦେହ ଠାବ ହୋଇଛି…
ସ୍କୁଟି ଧକ୍କାରେ ବୃଦ୍ଧ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ କମାରଘାଇ ପୋଲ ନିକଟରେ ଏକ ସ୍କୁଟି ଧକ୍କାରେ ଆଜି(ଶୁକ୍ରବାର) ସକାଳ ୭ ଟା ବେଳେ ଜଣେ ବୃଦ୍ଧଙ୍କର…