ଅପରାଧ ଉପହାର ପାଇବା ଲୋଭରେ ହରାଇଲେ ଲକ୍ଷେ ଟଙ୍କା Angul OnlineOctober 8, 2023October 8, 2023 ଅନୁଗୁଳ – ସାଇବର ଠକେଇ ନେଇ ପୁଲିସ ପକ୍ଷରୁ ସଚେତନ କରା ଯାଉଛି । ଏହି ସଚେତନତା ସପ୍ତାହ ଭିତରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉପହାର ପାଇବା ଲୋଭରେ ସାଇବର ଠକଙ୍କ ହାବୁଡ଼ରେ ପଡି ପ୍ରାୟ ଏକ ଲକ୍ଷ ଟଙ୍କା ହରାଇଛନ୍ତି । ସୂଚନା ଅନୁସାରେ ରାଜସ୍ଥାନର ଅନିମେଶ ଶର୍ମା ଜଣେ ବ୍ୟକ୍ତି ଅନୁଗୁଳର ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ଗତ ୪ ତାରିଖରେ ତାଙ୍କୁ ଦୁଇଟି ଅନଲାଇନ ଶପିଂ ସଂସ୍ଥାରୁ ଉପହାର ଆସିଛି ବୋଲି ଏକ ଫୋନ କଲ ଆସିଥିଲା । ତେବେ ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡିବ ବୋଲି ଫୋନ କରିଥିବା ବ୍ୟକ୍ତି କହିଥିଲା । ଅନିମେଶ ୫ ହଜାର ଟଙ୍କା ଦେଇ ଦେଇଥିଲେ । ତେବେ ପରେ ପୁଣି ଆଉ କିଛି ଟଙ୍କା ଦେବାକୁ ପଡିବ କହିବାରୁ ଅନିମେଶ ୧୨ ହଜାର ୯୯୯ ଲେଖାଏଁ ଦୁଇ ଥର ଟଙ୍କା ପଠାଇଥିଲେ । ତେବେ ଉପହାର ଆସିବାରୁ ବିଳମ୍ବ ହେବାରୁ ଅନିମେଶ ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଗୁଗୁଲ ପେ’ରେ ୬୯୯୮୬.୧୦ କୋଡ଼ ମାରିବାକୁ କହିବାରୁ ଅନିମେଶ କୋଡ଼ ଭାବି ଦେଇ ଦେବାରୁ ଏହି ପରିମାଣର ଟଙ୍କା ତାଙ୍କ ଆକାଉଣ୍ଟରୁ କଟିଗଲା । ଏହିଭଳି ଭାବରେ ସମୁଦାୟ ୯୯ ହଜାର ୭୪୦ ଟଙ୍କା ହରାଇବା ପରେ ଅନିମେଶ ଠକେଇର ଶିକାର ହୋଇଥିବା ଜାଣି ସାଇବର ଥାନାର ଆଶ୍ରୟ ନେଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
କୋଇଲା ଚୋରା ଚାଲାଣ ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ପୁଲିସ ସୋମବାର ସାଇକେଲରେ କୋଇଲା ଚୋରା ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ତାଳଚେର କୋଇଲା…
ଟ୍ରକ ଲୁଟ ଉଦ୍ୟମ ବେଳେ ୫ ଡକାୟତଙ୍କୁ ଗିରଫ କଲା ପୁଲିସ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ ଦ୍ଵାରା ୫ ଆନ୍ତଜିଲ୍ଲା ଲୁଟେରା ଗିରଫ । ଜାତୀୟ ରାଜପଥ ୧୪୯ ସନ୍ଥପଡା ନିକଟରେ ୯ ଜଣ ଯୁବକ…
ହତ୍ୟାକାରୀ ବାପ-ପୁଅଙ୍କୁ ଆଜୀବନ କାରାଦଣ୍ଡ ଅନୁଗୁଳ – ହତ୍ୟାକାରୀ ବାପ ପୁଅ ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅତିରିକ୍ତ ସେସନ ଜଜ ତଥା ସ୍ୱତନ୍ତ୍ର ଜଜ ଭିଜିଲାନ୍ସ । ସୂଚନା…