ଅପରାଧ ୭ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ , ୪ ଗିରଫ Angul OnlineNovember 18, 2023November 18, 2023 ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ୭୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗାଙ୍ଗୁଲି ସେଠ , ରାକେଶ କୁମାର ମହାନ୍ତି , ମୁକେଶ କୁମାର ସାହୁ ଓ ସୌଭଗ୍ଯ ସୁବୁଦ୍ଧି । ସମସ୍ତ ଅଭିଯୁକ୍ତ ନାଲକୋନଗର ଥାନା ବଳରାମପ୍ରସାଦ ଗାଁର ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି । ସୁଚନା ଅନୁସାରେ ଗିରଫ ଅଭିଯୁକ୍ତ ମାନେ ନାଲକୋନଗର ଥାନା କନ୍ୟାବେଡା ଓ କେନ୍ଦୁପାଟଣା ଗାଁ ମୁଣ୍ଡରେ ଥିବା ବ୍ରିଜ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୭୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ସେମାନଙ୍କ ନିକଟ୍ରୁ ଏକ ମୋଟରସାଇକେଲ ମଧ୍ଯ ଜବତ କରା ଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ ଲକ୍ଷ ୪୦ ହଜାର ଟଙ୍କା ହେବ । Advertisement
ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସରକାରୀ ଆଇଟିଆଇରେ ଜଣେ ଛାତ୍ରଙ୍କ ମୃତୁକୁ ନେଇ କିଛି ସମୟ ପାଇଁ ଆଇଟିଆଇ ପରିସରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା…
ସ୍କୁଲ ଛାତ୍ରୀଙ୍କୁ ବସ ହେଲପରଙ୍କ ମାଡ଼ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଫୁଲପଡାଠାରେ ଥିବା ଏକ ଘରୋଇ ସ୍କୁଲର ଛାତ୍ରୀଙ୍କୁ ସ୍କୁଲ ବସର ହେଲପର ମାଡ଼ ମାରିଥିବା ଅଭିଯୋଗ ହୋଇଛି ।…
୫ ବର୍ଷ ଶିଶୁକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଥାନା କୁମଣ୍ଡ ବେଲସୁଣ୍ଡା ଗ୍ରାମରେ ଦେଢ଼ ବର୍ଷ ତଳେ ଜଣେ ଶିଶୁ ପୁତ୍ରକୁ ହତ୍ୟା ଉଦ୍ୟମ ମାମଲାର ରାୟ ଗୁରୁବାର ସିଜେଏମ୍ କୋର୍ଟରେ…