ଅପରାଧ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ – ଠେଙ୍ଗା ମାଡ଼ରେ ଯୁବକ ମୃତ Angul OnlineFebruary 3, 2024February 3, 2024 ଆଠମଲ୍ଲିକ – ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ବଡବାପା ପୁଅର ଠେଙ୍ଗା ମାଡ଼ରେ ଯୁବକଙ୍କର ମୃତ୍ଯୁ ହୋଇଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଡ଼ବାହାଳ ଗାଁରେ ଘଟିଛି । ସୁଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ବଡବାପା ପୁଅ ଲିଙ୍କୁନ ଦେହୁରୀ , ଭାଇ ବାବୁଲି ଦେହୁରୀ ଓ ଅନ୍ଯ କିଛି ସାଙ୍ଗ ଏକାଠି ଭୋଜି କରୁଥିଲେ । ଭୋଜି କରିବା ସମୟରେ କୌଣସି କାରଣକୁ ନେଇ ଲିଙ୍କୁନ ଓ ବାବୁଲିଙ୍କ ମଧ୍ଯରେ ବଚସା ହୋଇଥିଲା । ଏହି ବଚସା ବେଳେ ଉତ୍ତ୍ଯକ୍ତ ହୋଇ ଲିଙ୍କୁନ ଏକ ଠେଙ୍ଗାରେ ବାବୁଲିଙ୍କୁ ଆକ୍ରମଣ କରିଥିଲେ । ଲିଙ୍କୁନଙ୍କ ଠେଙ୍ଗା ମାଡ଼ରେ ବାବୁଲି ଗୁରୁତର ହୋଇ ପଡିଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ବାବୁଲି ଦେହୁରୀଙ୍କ ଆଜି ହୋଇଛି ମୃତ୍ୟୁ ହୋଇଛି । ଖବର ପାଇ ହଣ୍ଡପା ପୁଲିସ ଖବର ପାଇ ଆକ୍ରମଣକାରୀ ହେଉଛନ୍ତି ଲିଙ୍କୁନ ଦେହୁରୀକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । Advertisement
ଧାର ଆକାରରେ ଟଙ୍କା ନେଇ ମହିଳା ଚମ୍ପଟ – ଥାନର ଦ୍ଵାରସ୍ଥ ହେଲେ ମହିଳା ଅନୁଗୁଳ – ଟଙ୍କା ଧାର ଆକାରରେ ନେଇ ମହିଳା ଚମ୍ପଟ । ଏ ନେଇ ଥାନାରେ ଅଭିଯୋଗ କଲେ ମହିଳା । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ…
୧୦୨ କେଜି ଗଞ୍ଜେଇ ଜବତ – ଉତ୍ତରପ୍ରଦେଶର ତିନି ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ଜିଲା ଅବକାରୀ ବିଭାଗ ଏକ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର…
ମାରଣାସ୍ତ୍ର ସହ ତିନି ଡକାୟତ ଗିରଫ – ୨ ଫେରାର ଅନୁଗୁଳ – ସୋମବାର ସକାଳ ସମୟରେ ଅନୁଗୁଳ ସଦର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ାଉ…