ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଥାବା ଓ ଛେଣ୍ଡିପଦା ଥାନା ସୀମାନ୍ତ ସାନସନ୍ତରାବନ୍ଧ ଗାଁରେ ଥିବା ଗୁଡିବନ୍ଧରୁ ଯୁବକଙ୍କର ବେକରେ ପଥର ବନ୍ଧା ଥିବା କ୍ଷତାକ୍ତ ମୃତ ଦେହ ଉଦ୍ଧାର । ମୃତକ ଜଣଙ୍କ ହେଲେ କଣିହାଁ ଥାନା ବଡ଼ହୀରା ଗାଁର ପଙ୍କଜ ପ୍ରଧାନ । ଅଗ୍ନିଶମ ବିଭାଗ ଖବର ପାଇ ପାଣିରୁ ଉଦ୍ଧାର କରିଛି ମୃତ ଦେହ ।

ସୂଚନା ଅନୁସାରେ ଛେଣ୍ଡିପଦା ଥାନା ସୀମାନ୍ତ ଚାଙ୍ଗୁଡ଼ିଆ ଗାଁ ମୁଣ୍ଡରେ ଥିବା କଣିହାଁ ଥାନା ଅଞ୍ଚଳର ଗୁଡିବନ୍ଧରେ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଲୋକ କଣିହାଁ ଥାନା ଓ ଅଗ୍ନିଶମ ବିଭାଗଙ୍କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ଯୁବକଙ୍କ ମୃତଦେହକୁ ଓ଼ନୀରୁ ଉଦ୍ଧାର କରିଥିଲେ । ତେବେ ଯୁବକଙ୍କ ବେକରେ ଏକ ଗାମୁଛାରେ ପଥର ବନ୍ଧା ଯାଇଥିବା ଦେଖିବାକୁ ପାଇଥିଲେ । କେହି ଯୁବକଙ୍କୁ ହତ୍ୟା ପରେ ବେକରେ ପଥର ବାନ୍ଧି ଫିଙ୍ଗିଦେଇଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ଲୋକେ । କଣିହାଁ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଛାନଭିନ ଚଳାଇଛି ।

