ଆଠମଲ୍ଲିକ – ଅନୁଗୋଳ ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଆଠମଲ୍ଲିକ ଅବକାରୀ ଟିମ୍ କିଆକଟା ଥାନା ଅନ୍ତର୍ଗତ ବାରେଣୀ ଛକ ନିକଟରେ ଚଢ଼ାଉ କରି ୫୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ଚଢ଼ାଉ ବେଳେ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ କାର (ନଂ– OD-02-CF-0697)କୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ କନ୍ଧମାଳ ଜିଲ୍ଲା ଚକାପାଡୁ ଅଞ୍ଚଳର ବିଶ୍ୱଜିତ ନାୟକ (୨୬) ଏବଂ ନନ୍ଦିଖଣ୍ଡିସାହିର ସୁକାନ୍ତ ବେହେରା (୪୨)ଙ୍କୁ ଗିରଫ କରାଯାଇଛି।
ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।


