ମୁଖ୍ୟ ଖବର ରେଞ୍ଜ ଅଫିସର ନିଲମ୍ବିତ Angul OnlineJune 28, 2022June 28, 2022 ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇ ଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେବା ଘଟଣାରେ ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ନିଲମ୍ବନ କରା ଯାଇଛି । ଆଜି ଏ ନେଇ ପିସିସିଏଫ ଶଶି ପୌଲ ସୂଚନା ଦେଇଛନ୍ତି । ପୂର୍ବରୁ ତିନି ଜଣ ୱାଚରଙ୍କୁ ଗିରଫ କରା ଯାଇଥିବା ବେଳେ , ଦୁଇଜଣ ଫରେଷ୍ଟରଙ୍କୁ ନିଲମ୍ବନ କରା ଯାଇଥିଲା । ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟର କଟକ ଜିଲ୍ଲା ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରେ ଏକ ଦନ୍ତା ହାତୀକୁ ଗାତ ଖୋଳି ପୋତି ଦିଆ ଯାଇଥିଲା । ବନ ବିଭାଗର ୱାଚର , ଫରେଷ୍ଟର ଓ ରେଞ୍ଜ ଅଫିସରଙ୍କ ଜାଣତରେ ଏହି ଘଟଣା ଘଟିଥିବା ବେଳେ ବର୍ଷେ କାଳ ଘଟଣାକୁ ଚପାଇ ରଖା ଯାଇଥିଲା । ହେଲେ ଗତ ୨୩ ତାରିଖ ରାତିରେ ଜିଲିଣ୍ଡା ରେଞ୍ଜରୁ ହାତୀ କଙ୍କାଳ ଜବତ ହୋଇଥିଲା । ଏହାପରେ ସାତକୋଶିଆ ଡ଼ିଏଫଓ ସରୋଜ ପଣ୍ଡା ଖୋଦ ଘଟଣାର ତଦନ୍ତ କରିଥିଲେ । ଆଉ ତଦନ୍ତ ପରେ ହାତୀକୁ ପୋତିବା ଘଟଣାରେ ସ୍ଥାନୀୟ ବନ ବିଭାଗର କର୍ମଚାରୀ ମାନଙ୍କ ସମ୍ପୃକ୍ତି ଥିବା ଜଣା ପଡିଥିଲା । ଏଥିପାଇଁ ଡ଼ିଏଫଓ ସରୋଜ ପଣ୍ଡାଙ୍କ ନିର୍ଦେଶରେ ୩ ଜଣ ୱାଚରଙ୍କୁ ଗିରଫ କରା ଯାଇଛି । ଏହା ସହ ଫରେଷ୍ଟର ଅନୁପମା ସାହୁ ଓ ଫରେଷ୍ଟର ସହଦେବ ସୋରେନଙ୍କୁ ନିଲମ୍ବନ କରା ଯାଇଥିଲା । ସ୍ଥାନୀୟ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କର ମଧ୍ୟ ସମ୍ପୃକ୍ତି ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଡ଼ିଏଫଓ ଚିଠି ଲେଖିଥିଲେ । ଆଉ ଏହି ଆଧାରରେ ଆଜି ହରିଶ୍ଚନ୍ଦ୍ରଙ୍କୁ ନିଲମ୍ବନ କରା ଯାଇଛି । Advertisement
ସରକାରୀ ଅର୍ଥ ଆତ୍ମସାତ ମାମଲାରେ ପୂର୍ବତନ ଭିଜିଲାନ୍ସ ଡିଏସ୍ପିଙ୍କୁ ୫ ବର୍ଷ ଜେଲ୍ ଅନୁଗୋଳ: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଅନୁଗୋଳର ପୂର୍ବତନ ଭିଜିଲାନ୍ସ ଡିଏସ୍ପି ଗୌତମ କୁମାର ମଲ୍ଲିକଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା…
ବନ ବିଭାଗର ଘଡିଆଳ ଶାବକ ଚିନ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡର ଅକାତ କାତ ପାଣିରେ ହଜି ଯାଇଛନ୍ତି ନବଜାତକ ଘଡ଼ିଆଳ ଶାବକ । ବନ ବିଭାଗ ପକ୍ଷରୁ ବହୁ…
ମହିଳାଙ୍କୁ ଅସଦାଚରଣ ମାମଲାରେ ପୂର୍ବତନ ଅଧ୍ୟକ୍ଷ ଗିରଫ ଛେଣ୍ଡିପଦା – ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉଦୟ ନାଥ ବେହେରା ମହିଳାଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ଜଣା ପଡିଛି । ଶୁକ୍ରବାର ଦିନ…