ମୁଖ୍ୟ ଖବର ଗୁଳିମାଡରେ ଜଣେ ଗୁରୁତର Angul OnlineAugust 4, 2024August 4, 2024 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚୟତ ଜନକପୁର ଗ୍ରାମରେ ଗୁଳିମାଡ଼ ହୋଇଛି l ଗୁଳିମାଡ଼ରେ ଜନକପୁର ଗ୍ରାମର ଧୃବ ନାୟକ ଗୁରୁତର ହୋଇଛନ୍ତି l ଧୃବ ନାୟକର ବାମ ଗୋଡ଼ଗୁଳି ବାଜି ଥିବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠମଲ୍ଲିକ ଚିକିତ୍ସାଳୟ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳୁ ଧୃବ ନାୟକ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲା । ଛତୁ ସଂଗ୍ରହ କରୁଥିବା ସମୟରେ କୌଣସି ଶିକାରୀଙ୍କ ବନ୍ଧୁକ ଗୁଳି ଧୃବ ନାୟକର ବାମ ଗୋଡ଼ରେ ବାଜିଥିଲା । ଶିକାରୀ ମାନେ ଜନ୍ତୁ ଶିକାର କରିବାକୁ ଯାଇ ଏଭଳି ଗୁଳି କରିଥିବା ସନ୍ଦେହ କରାଯାଉଛି । Advertisement
ପୁଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ଅନୁଗୁଳ – ରାଜ୍ୟ ପୁଲିସ ବିଭାଗରେ ପୁଲିସ ସବ୍-ଇନ୍ସପେକ୍ଟରଙ୍କର ଇନ୍ସପେକ୍ଟର ଭାବେ ପଦୋନ୍ନତି ହୋଇଛି । ପଦୋନ୍ନତି ପାଇଥବା ଏହି ଇନିସ୍ପେକ୍ଟରଙ୍କ ସମେତ ପୂର୍ବରୁ କାର୍ଯ୍ୟରତ ବରିଷ୍ଠ…
ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା ଅନୁଗୁଳ – ଆଗକୁ ନିର୍ବାଚନ । ଏବେଠାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ସବୁ…
ତେଜୁଛି କୋଲ ୱାସେରୀ ବିବାଦ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ଦୁଇଦିନ ହେଲା ଏହାକୁ ପ୍ରଦୂଷଣର ଆଳ ଦେଖାଇ…