ମୁଖ୍ୟ ଖବର ନର୍ସିଂ କଲେଜର ହଷ୍ଟେଲ୍ ରେ ଫାଟିଲା ଗ୍ଯାସ ଟାଙ୍କି Angul OnlineSeptember 11, 2024September 11, 2024 ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳର ଇନ୍ଦ୍ରହରିନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରେ ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ ହୋଇଛି । ସୂଚନା ଅନୁସାରେ , ଇନ୍ଦ୍ରହରି ନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରେ ଆଜି ଦିନ ଦ୍ବିପ୍ରହର ବେଳେ ରୋଷେଇ କରୁଥିବା ବେଳେ ଗୋଟିଏ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଥିଲା । ଯାହା ଫଳରେ ହଷ୍ଟେଲରେ ଥିବା ସମସ୍ତ ଷ୍ଟାପ ବାହାରକୁ ପଳାଇ ଯାଇ ଅନୁଗୁଳ ଦମକଳ ବାହିନୀ ଖବର ଦେଇଥିଲେ । ସେଇ ସମୟରେ ଅନ୍ୟ ଏକ ଗ୍ୟାସ୍ ଟାଙ୍କି ଟି ବିସ୍ପୋରଣ ହୋଇଥିଲା । ଖବର ପାଇ ଦୁଇଟି ଦମକଳ ଗାଡି ପହଁଚି ନିଆଁକୁ ଆୟତ କରିବା ସହ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଇ ଥିଲେ। ଏହି ବିସ୍ପୋରଣ ରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ହଷ୍ଟେ ର ଦୁଇ ଲକ୍ଷ ରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣା ପଡ଼ିଛି । Advertisement
ରେଙ୍ଗାଳି ଜଳଭଣ୍ଡାରକୁ ଡେଇଁ ପଡିଲେ – ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଜଳ ଭଣ୍ଡାରକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣା ପଡିଛି । ନିଖୋଜ ବ୍ୟକ୍ତି ଜଣକ ହେଲେ କଣିହାଁ…
ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଅନୁଗୋଳ – ଅନୁଗୋଳ ସହରର ବଜାରରେ ବିଭିନ୍ନ ସ୍ଥାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର…
ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା ତାଳଚେର – ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା । ବିଭିନ୍ନ ଦାବିନେଇ ଆସନ୍ତା ୧୦ ତାରିଖ ଠାରୁ ସମସ୍ତ କୋଇଲା ଖଣିରୁ ଟ୍ରକ…