ବାଣିଜ୍ୟ ବାଜାଜର ସିଏନଜି ଚାଳିତ ମୋଟରସାଇକେଲର ବଜାର ପ୍ରବେଶ Angul OnlineNovember 14, 2024November 14, 2024 ଅନୁଗୁଳ – ବଜାଜ ଅଟୋ ପକ୍ଷରୁ ପ୍ରଥମ ସିଏନଜି ଚାଳିତ ମୋଟରସାଇକେଲ ଫ୍ରିଡମ୍ ୧୨୫ ଅନୁଗୁଳରେ ବଜାର ପ୍ରବେଶ କରିଚ୍ଚି । ସହରର ଯମୁନା ବଜାଜ ଶୋରୁମ ଠାରେ ଆଜି ଏହାର ବିଧିବଦ୍ଧ ଭାବେ ଉନ୍ମୋଚନ ହୋଇଛି । ଏହି ଉନ୍ମୋଚନ ବେଳେ ଭାରତ ପେଟ୍ରୋଲିୟମ ମ୍ୟାନେଜେର ବିବେକ କାୟାଣ୍ଡେ, ଯମୁନା ବଜାଜ ସୋରୁମ ମାଲିକ ଗିରିଜା ଶଙ୍କର ଅଗ୍ରୱାଲ ଓ ବିଜୟଲାଲ ଅଗ୍ରୱାଲଙ୍କ ଉପସ୍ଥିତ ଥିଲେ । ଏହି ଗାଡି ଗ୍ୟାସ ଓ ପେଟ୍ରୋଲ ଉଭୟ ଇନ୍ଧନରେ ଚାଲିପାରିବ । ଏଥିରେ ୨ କେଜି ଗ୍ୟାସ ଟାଙ୍କି ସହ ପେଟ୍ରୋଲ ଟାଙ୍କି ରହିଛି । ୧ କେଜି ଗ୍ୟାସରେ ଏହି ମୋଟରସାଇକେଲ ୧୦୦କିଲୋମିଟରରୁ ଅଧିକ ଯାଇପାରିବ । ଉଭୟ ଗ୍ୟାସ ଓ ପେଟ୍ରୋଲରେ ମୋଟ ୩୩୦କିଲୋମିଟର ଦୂରତା ଅତିକ୍ରମର କ୍ଷମତା ରହିଛି ଏହି ମୋଟରସାଇକେଲ । ଅନ୍ୟାନ୍ୟ ସୁବିଧା ମଧ୍ୟରେ ଏଲଇଡି ଲାଇଟ, ଡିଜିଟାଲ ମିଟର, ବ୍ଲୁଟୁଥ କନେକ୍ସନ ଗାଡ଼ିରେ ରହିଛି । ବଜାରକୁ ୩ ପ୍ରକାର ଗାଡି ପ୍ରବେଶ କରିବା ସହ ୫ଟି ରଙ୍ଗର ଗାଡି ଉପଲବ୍ଧ ଅଛି । ଏହି ମୋଟରସାଇକେଲ ସାଧାରଣ ମୋଟରସାଇକେଲ ଠାରୁ ପ୍ରାୟତଃ ୫୦ ପ୍ରତିଶତ ପ୍ରଦ୍ୟୁଷଣ କମ୍ ରହିବ । Advertisement
ପବିତ୍ର ଦଶହରାରେ ଲକ୍ଷ୍ମୀ ହୋଣ୍ଡା ତରଫରୁ ସ୍କ୍ରାଚ ଏଣ୍ଡ ୱିନ ଅଫର ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟରର ଅଧିକୃୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ପବିତ୍ର ଦଶହରା ଉପଲକ୍ଷେ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଗ୍ରାହକ…
କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ ଅନୁଗୁଳ – କେନ୍ଦ୍ର କୋଇଲା ସଚିବ ଶ୍ରୀଯୁକ୍ତ ଅମ୍ରିତ ଲାଲ ମୀନା ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଅଗ୍ରୱାଲ ଜିନ୍ଦଲ ଷ୍ଟିଲ ଆଣ୍ଡ…
ଶ୍ରେଷ୍ଠ ସିଏସଆର ଇମ୍ପାକ୍ଟ ଇନିସିଏଟିଭ୍ ପାଇଁ ଜିନ୍ଦଲ ଷ୍ଟିଲ୍ ଏବଂ ପାୱାର୍ ସମ୍ମାନିତ ଭୁବନେଶ୍ୱର – କର୍ପୋରେଟ୍ ସାମାଜିକ ଦାୟିତ୍ଵ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସମ୍ମାନିତ କରାଯାଇଛି । କୋଲକାତାରେ ୦୮ ସେପ୍ଟେମ୍ବରରେ ଆୟୋଜିତ…