ଅପରାଧ ପିତଳ ଥାଳି ଧରେଇ ୧୫ ଲକ୍ଷ ଟଙ୍କା ଠକିନେଲେ ଦୁଇ ମହିଳା Angul OnlineNovember 14, 2024November 14, 2024 ତାଳଚେର – ସୁନା ଥାଳି କହି ଦମ୍ପତିଙ୍କୁ ଦେଲେ ପିତଳ ଥାଳି ଆଉ ଲୁଟିନେଲେ ୧୫ ଲକ୍ଷ ଟଙ୍କା । ତାଳଚେର ଲିଙ୍ଗରାଜ କଲୋନୀରେ ପରିବାର ସହ ରହୁଥିବା ଦୀପକ କୁମାର ବରାଳ ଏବଂ ତାଙ୍କ ସ୍ତ୍ରୀ ପ୍ରଣତୀ ପରିଡାଙ୍କୁ ସୁନା ଥାଳି କହି ଦୁର୍ବୃତ୍ତ ଠକି ନେଲେ ୧୫ ଲକ୍ଷ ଟଙ୍କା । ଏନେଇ ଦୀପକ ଏବଂ ତାଙ୍କ ସ୍ତ୍ରୀ ପ୍ରଣତୀ କଲିୟରୀ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ଦୀପକ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ଦୁଇ ଜଣ ଅଜଣା ମହିଳା ପରିବାର ସଦସ୍ୟ ଅସୁସ୍ଥ ଥିବା ଦର୍ଶାଇ ୨୦ ଲକ୍ଷ ଟଙ୍କା ମାଗିଥିଲେ । ପ୍ରଥମେ ଦୀପକ ତାଙ୍କୁ ଟଙ୍କା ଦେଇ ନ ଥିଲେ । କିନ୍ତୁ ମହିଳା ଦୁଇଜଣ ଦୀପକଙ୍କୁ ଏକ ସୁନା ଥାଳିର ପ୍ରଲୋଭନ ଦେଖାଇଥିଲେ । ଯେଉଁଥିରେ ଦୀପକ ପ୍ରଲୋଭିତ ହୋଇ ନଭେମ୍ବର ମାସ ୭ ତାରିଖ ସକାଳ ୮ ଟାରେ ହାଣ୍ଡିଧୁଆଁ ଗାନ୍ଧିଛକ ଠାରେ ପ୍ରଥମେ ୧୫ ଲକ୍ଷ ଟଙ୍କା ଦେଇଥିଲେ । ଆଉ ଦୁଇ ଦିନ ପରେ ବାକି ୫ ଲକ୍ଷ ଟଙ୍କା ଉଭୟେ ମହିଳା ଆସି ନେବେ ବୋଲି କହିଥିଲେ । କିନ୍ତୁ ଦୁଇ ଦିନ ପରେ ଉଭୟ ମହିଳା ନ ଆସିବାରୁ ଏବଂ ତାଙ୍କ ସହ କୌଣସି ଯୋଗାଯୋଗ ନ ହୋଇ ପାରିବାରୁ ସନ୍ଦେହ କରି ଦୀପକ ନିକଟସ୍ଥ ଅଳଙ୍କାର ଦୋକାନରେ ପରୀକ୍ଷା କରିଥିଲେ ଏବଂ ଏହା ସୁନା ପାଣି ଦିଆ ପିତଳ ଥାଳି ବୋଲି ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଦୀପକ କଲିୟରୀ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । Advertisement
୪୨ ଗ୍ରାମ ବ୍ରାଉନ ସୁଗାର ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା କୋଳିୟାରୀ ଥାନା ଦେଉଳବେଡା କଲୋନୀ ଅଞ୍ଚଳରୁ ପୁଲିସ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ କାରାଦଣ୍ଡ ଅନୁଗୁଳ – ଟ୍ୟୁସନ ସାରଙ୍କୁ ୨୦ବର୍ଷ କାରାଦଣ୍ଡ । ଟ୍ୟୁସନ ଆସୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ସାରଙ୍କୁ ଦଣ୍ଡ ଶୁଣାଇଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା…
ସୁନା ଚେନ ଲୁଟେରା ଗ୍ୟାଙ୍ଗ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଆନ୍ତରାଜ୍ୟ ସୁନାଚେନ ଲୁଟେରା ଗ୍ୟାଙ୍ଗ । ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିବା ସହ ତାଙ୍କ…