ଆଞ୍ଚଳିକ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକଙ୍କ ପରଲୋକ Angul OnlineDecember 12, 2024December 12, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକ (DAM) ସପନ ପାତ୍ରଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ସେ ଗତ କିଛି ମାସ ହେବ ଅସୁସ୍ଥ ଥିଲେ । ତାଙ୍କ ପୈତୃକ ଘର ବାଲେଶ୍ଵର ଜିଲ୍ଲାରେ ହୋଇଥିବା ବେଳେ ସେ ପ୍ରାୟ ୭/୮ ବର୍ଷ ହେବ ସେ ଅନୁଗୁଳ ସ୍ୱାସ୍ଥ୍ୟ ବିଭାଗରେ ଅର୍ଥ ପରିଚାଳକ ଥିଲେ ।ଜଣେ ମିଷ୍ଟଭାଷୀ, ମେଳାପୀ ଓ ଦକ୍ଷ କର୍ମଚାରୀ ଭାବେ ସେ ପରିଚିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଚିକିତ୍ସାଳୟ କର୍ମଚାରୀ ମହଲରେ ଶୋକର ଛାୟା ଖେଳି ଯାଇଛି । Advertisement
ଟ୍ରକ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଛକ ନିକଟରେ ଥିବା ଢ଼ାବା ସମ୍ମୁଖରେ ଏକ ମୋଟରସାଇକେଲକୁ ସାମ୍ନାରୁ ଆସୁଥିବା ଏକ ଟ୍ରକ ଧକ୍କା…
ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତି ଅନୁଗୁଳ – ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତିଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ରଜତ । ସୂଚନା ଅନୁସାରେ ଅନୁଗୁଳ…
ସୁଭଦ୍ରା କୋଇଲା ଖଣି ପକ୍ଷରୁ ବାୟୋ ଚୁଲାର ସଚେତନତା ସହିତ ବଣ୍ଟନ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ ର ସୁଭଦ୍ରା କୋଇଲା ଖଣି ଲିମିଟେଡ୍ ଦ୍ଵାରା ପ୍ରୋଜେକ୍ଟ ସବୁଜ ଶିଖା ଅନ୍ତର୍ଗତ , କଙ୍କରେଇ…