ଅପରାଧ ବନ୍ଧୁକ ଓ ଖଣ୍ଡା ଦେଖାଇ ୧୫ ଲକ୍ଷ ଟଙ୍କା ଲୁଟ Angul OnlineDecember 22, 2024December 22, 2024 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ସଦରମହକୁମା ସ୍ଥିତ ଶିବମନ୍ଦିର ଛକ ନିକଟରୁ ଆଜି ଅପରାହ୍ନରେ ଖଣ୍ଡା ଏବଂ ବନ୍ଧୁକ ମୁନରେ ଜଣେ ବେପାରୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି । ସୂଚନା ଅନୁସାରେ ରବିବାର ପାଲଲହଡାରେ ସାପ୍ତାହିକ ହାଟ ଥିବାରୁ ସମ୍ବଲପୁର ଅଞ୍ଚଳର ବ୍ୟବସାୟୀ ବଜରଙ୍ଗ ଅଗ୍ରୱାଲଙ୍କର ଦୁଇଜଣ କର୍ମଚାରୀ ଶ୍ୟାମ ପାଣ୍ଡେ ଏବଂ ମନୀଷ ତିୱାରୀ ବାକି ଟଙ୍କା ଆଦାୟ କରିବାପାଇଁ ଏକ କାର ଯୋଗେ ପାଲଲହଡା ଆସିଥିଲେ । ଏହି ଅଞ୍ଚଳରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଆଦାୟ କରି ସମ୍ବଲପୁର ଫେରୁଥିବା ବେଳେ ଦିନ ପ୍ରାୟ ୨.୩୦ ସମୟରେ ସ୍ଥାନୀୟ ଶିବମନ୍ଦିର ଛକ ନିକଟ ଜାତୀୟ ରାଜପଥ NH 49 କୁ ସଂଯୋଗ କରୁଥିବା ରାସ୍ତାରେ ଦୁଇଟି ମଟରସାଇକେଲ ଯୋଗେ ୫ ଜଣ ଦୁର୍ବୁତ୍ତ ଅତର୍କିତ ଭାବେ ଉକ୍ତ କାରକୁ ଅଟକାଇ ଥିଲେ । ହଠାତ ସେମାନେ ଖଣ୍ଡା ଏବଂ ପିସ୍ତଲ ସାହାଯ୍ୟରେ ଦୁଇ ବେପାରୀଙ୍କୁ ଆକ୍ରମଣ କରି ଗାଡି ମଧ୍ୟରେ ଥିବା ୧୫ ଲକ୍ଷ ଟଙ୍କା ଲୁଟିନେଇ ଦେବଗଡ଼ ପଟକୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା ଜନଗହଳି ପୁର୍ଣ ରାସ୍ତାରେ ଘଟୁଥିବାବେଳେ କିଛି ସ୍ଥାନୀୟ ଲୋକ ଦୁର୍ବୁତ୍ତ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥଲେ । ଖବର ପାଇ ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଦୁର୍ବୁତ୍ତ ମାନଙ୍କର ପିଛା କରିଥିଲେ ଏବଂ ଦେବଗଡ଼ ସୀମାନ୍ତରୁ ଜଣେ ସନ୍ଦିଗ୍ଧ ଙ୍କୁ ଧରିବା ସହ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । Advertisement
ମା’କୁ ହତ୍ଯା କରି ପୁଅ ଆତ୍ମହତ୍ଯା କରିଥିବା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରିସାହିରେ ପାରିବାରିକ କଳହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା…
ଡାକ୍ତରଙ୍କ ଘରୁ ଟଙ୍କା ଓ ସୁନା ଚୋରି – ରୋଷେୟା ଗିରଫ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗଡ଼ସାହିର ଅବସରପ୍ରାପ୍ତ ଡ଼ାକ୍ତର ଅକ୍ଷୟ କୁମାର ସିଂଙ୍କ ଘରୁ ଟଙ୍କା , ସୁନା ଚୋରି ଘଟଣାର…
ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱର – ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ…