ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଜଣେ ଗିରଫ

କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପୁଲିସ ଆଜି ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି । ଗୋଟିଏ ଦେଶୀ ବନ୍ଧୁକ ଏବଂ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ପୁଲିସ ସୂତ୍ରରୁ ସୂଚନା ଅନୁଯାୟୀ , କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ପଳାସବାହାଳି ଗ୍ରାମରେ ଦେଶୀ ବନ୍ଧୁକ ତିଆରି ହେଉଥିବାର ଏକ ବିଶ୍ଵସ୍ତ ଖବର ରେଙ୍ଗାଳି ପୁଲିସ ପାଖରେ ପହଞ୍ଚିଥିଲା । ରେଙ୍ଗାଳି ଥାନା ଅଧିକାରୀ ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ପୁଲିସ ସଦଳବଳେ ଗ୍ରାମରେ ଚଢାଉ କରି ଗ୍ରାମର ବାବୁଲି ପେଣ୍ଠେଇ ଘରୁ ଗୋଟିଏ ଦେଶି ବନ୍ଧୁକ ସହ ଏକ ପୁରୁଣା ଦେଶୀ ବନ୍ଧୁକର କିଛି ଅଂଶ, ଦୁଇଟି କ୍ଳିନିଙ୍ଗ ରଡ଼, ଗନ ବ୍ୟାରେଲ, ଲୁହା ପଲିଶ ଫାଇଲ ପ୍ରଭୃତି ବିଭିନ୍ନ ସାମଗ୍ରୀ ଜବତ କରିଥିଲା । ଏହି ସବୁ ସାମଗ୍ରୀ ଜବତ ପରେ ଦେଶୀ ବନ୍ଧୁକ ତିଆରି ଅଭିଯୋଗରେ ପୁଲିସ ,ବାବୁଲି ପେଣ୍ଠେଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page