ବଳଭଦ୍ର କୋଇଲାଖଣି ପାଇଁ ପରିବେଶ ଜନଶୁଣାଣୀ – ବିସ୍ଥାପିତ ହେବ ପାଞ୍ଚ ଖଣ୍ଡ ଗାଁ

ତାଳଚେର – ତାଳଚେର କୁମୁଣ୍ଡା ଠାରେ ନୂତନଭାବେ ଏମ.ସି.ଏଲ ଦ୍ବାରା ବଳଭଦ୍ର କୋଇଲାଖଣି ପାଇଁ ଏକ ପରିବେଶ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଜିଲ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜିଲ୍ଲା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଅଧ୍ୟକ୍ଷତା କରିଥିଲେ ।

ବଳଭଦ୍ର କୋଇଲାଖଣି ସମୁଦାୟ 514.48 ହେକ୍ଟର ଜମିରେ 10 MTPA କୋଇଲା ଉତ୍ତଳନ କ୍ଷମତା ହେବା ସହ ତାଳଚେର ତହସିଲର କୁମୁଣ୍ଡା, ଚିତଲପୁର, ମରଡ଼ହରିହରପୁର,ପାରବେଡା ଓ ବନବାସପୁର ଆଦି ପାଞ୍ଚଖ ଣ୍ଡ ଗାଁର ଲୋକେ ଓ ଜମି ପ୍ରଭାବିତ ହେବ । ଏହିକାର୍ଯ୍ୟ ପାଇଁ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀଙ୍କ ଆପତ୍ତି ଅଭିଯୋଗ ସହ ପରିବେଶ କିପରି ସନ୍ତୁଳିତ ରହିବ, ଗ୍ରାମବାସୀମାନେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ଯାହା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ବିଭାଗ ଏହାକୁ ଗ୍ରହଣ କରି କେନ୍ଦ୍ରକୁ ଦେବାପରେ କେନ୍ଦ୍ର ସରକାର ଏହାକୁ ବିଚାରକରି ଖୋଲାମୁହଁ କୋଇଲାଖଣି କରିବା ପାଇଁ ଏମ.ସି.ଏଲକୁ ମଞ୍ଜୁରୀ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ବିସ୍ଥାପିତ ପାଞ୍ଚଖଣ୍ଡ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିବାବେଳେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟପକ ପୋଲିସର ବ୍ୟବସ୍ଥା ହୋଥିଲା ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page