ରଥଯାତ୍ରା ପାଇଁ କୁଲାଡ଼ରୁ ଯିବ ଫାଶି ଗଛ କାଠ

ବିଶ୍ଵ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ କୁଲାଡ଼ ଗ୍ରାମରୁ ଦୁଇ ଗୋଟି ଗଛର କାଠ ଯିବା ପାଇଁ ହୋଇଛି ପ୍ରସ୍ତୁତି।

ସୂଚନା ଯେ, ଅନୁଗୋଳ ଜିଲ୍ଲାର କୁଲାଡ଼ ଗ୍ରାମର ଡାକ୍ତର ସୌମ୍ୟକାନ୍ତ ବିଶୋଇଙ୍କ ସ୍ଵର୍ଗତ ଜେଜେ ବାପା ୧୨ ଗୋଟି ଫାଶି ଗଛ ଲଗାଇ ଥିଲେ । ସେଥି ମଧ୍ୟରୁ ଦୁଇ ଗୋଟି ଫାଶି ଗଛକୁ ବିଶ୍ଵ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ ଚୟନ କରାଯାଇଛି । ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ନିମନ୍ତେ ଚୟନ ଗଛକୁ କାଟିବା ବେଳେ ସଙ୍କୀର୍ତ୍ତନ ମଣ୍ଡଳୀ ସଙ୍କୀର୍ତ୍ତନ କରି ଗଛକୁ ବିଧି ଅନୁଯାଇ ପୂଜା କରାଯାଇଥିଲା । ତା ପରେ ପୁରୀରୁ ଆସିଥିବା ଟିମ୍ ଗଛକୁ କାଟି ଥିଲେ । ଯାହାକୁ ଦେଖିବା ପାଇଁ କୁଲାଡ଼ ଗ୍ରାମ ଏବଂ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ହୋଇଥିଲା। ଏହି କାଠ ତିନି ଦିନ ପରେ ପୁରୀ ଅଭିମୁଖେ ବାହାରିବା ନେଇ ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page