ବିଶିଷ୍ଟ ପାଲା ଗାୟକ କଳାକାରଙ୍କ ପରଲୋକ

ଅନୁଗୁଳ – ଅନୁଗୁଳ ଶିମିଳିପଡ଼ା ନିବାସୀ ବିଶିଷ୍ଟ ପାଲା ଗାୟକ କଳାକାର ନାଥଙ୍କର ରବିବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ  ତାଙ୍କୁ ୭୧ ବର୍ଷ ହୋଇଥିଲା। ସ୍ବର୍ଗତ ନାଥ ପାଲା ଗାୟକ ସହିତ ନଦିଆ କୀର୍ତ୍ତନ ଗାୟକ ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବଙ୍ଗଳାରେ ପାଲା ଗାୟନ ଆରମ୍ଭ କରିଥିବା ସ୍ଵର୍ଗତ ନାଥ ପରବର୍ତ୍ତୀ ସମୟରେ ଓଡ଼ିଆ ପାଲା ଗାୟକ ଭାବେ ସରକାରଙ୍କଠାରୁ ସ୍ବୀକୃତି କୃତି ଲାଭ କରିଥିଲେ

ସ୍ବର୍ଗତ ନାଥ ଅନୁଗୁଳ ସାମ୍ବାଦିକ ସଂଗ୍ରାମ ରଞ୍ଜନ ନାଥ ଓ ଶୁଭ୍ରରଞ୍ଜନ ନାଥଙ୍କ ପିତା ଅଟନ୍ତି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଚାରି ଭାଇ, ତିନି ତିନି ପୁଅ ଓ ବୋହୂଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଯାଜପୁରର ଦଶମେଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଅନୁଗୁଳ ସହରରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page