ଅନୁଗୁଳ – ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନ ନନ୍ଦପୁର ପଞ୍ଚାୟତ କୁସୁମପାଟ ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସେହି ଗ୍ରାମର ପ୍ରମିଳା ସାହୁ (୬୫)।

ଗାଁ ଠାରୁ ଅଳ୍ପ କିଛି ଦୂରରେ ଥିବା ଗୋଟିଏ ଆମ୍ବ ତୋଟାକୁ ଆଜି ଭୋର୍ ସକାଳ ସାଢ଼େ ଚାରିଟା ବେଳେ ଆମ୍ୱ ଗୋଟାଇ ଯାଇଥିବା ବେଳେ ବୃଦ୍ଧାଙ୍କୁ ହାତୀ କଚାଡ଼ି ଦେଇଥିଲା। ଯାହା ଫଳରେ ତାଙ୍କର ଗୋଟିଏ ଜଂଘ ଭାଙ୍ଗି ଯାଇଥିଲା।ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

