ହାତୀ ଆକ୍ରମଣରେ ଜଣେ ମୃତ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟକୁମୁଣ୍ଡା ଗାଁ ମୁଣ୍ଡରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଟାଙ୍ଗିରୀ ଗାଁର ବିନୋଦ ବେହେରା ।

ସୂଚନା ଅନୁସାରେ ବିନୋଦ ବେହେରାଙ୍କ ଦେବଗଡ଼ ଜିଲ୍ଲା ରତ୍ନପୁର ଗାଁରେ ମଧ୍ୟ ଘର ଏବଂ ଜମି ରହିଛି । ଗତକାଲି ସେ ଜମି ଚାଷ କରିବା ଉଦ୍ୟେଶରେ ରତ୍ନପୁର ଯାଉଥିବା କଥା କହି ଘରୁ ବାହାରି ଯାଇଥିଲେ । ତେବେ ଆଜି ସକାଳୁ ତାଙ୍କ ମୃତଦେହ ପାଟକୁମୁଣ୍ଡା ଓ ବିଜାପଦା ମଝିରେ ଥିବା ଏକ ଆମ୍ବ ତୋଟାରେ ପଡିଥିବା ଖବର ମିଳିଥିଲା । ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିଲା । ଟାଙ୍ଗିରୀ ପଞ୍ଚାୟତ ସରପଞ୍ଚ ଅମରେଶ ନାଥ ଏ ନେଇ ବନ ବିଭାଗ ଓ ପୁଲିସକୁ ସୂଚନା ଦେବାପରେ ଉଭୟ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃଦେହକୁ ବ୍ୟବଚ୍ଛେଦ କରିଥିଲେ । ତେବେ ବିନୋଦ ସେହି ରାସ୍ତା ଦେଇ ରତ୍ନପୁର ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page