ଛେଣ୍ଡିପଦା – ଅନୁଗୋଳ ବନ ବିଭାଗର ମୋବାଇଲ ସ୍କ୍ୱାର୍ଡ ଏବଂ ଛେଣ୍ଡିପଦା ବନବିଭାଗ ପକ୍ଷରୁ ଆଜି ବାଗଡିଆ ବୁଢାଢିପ ସାହିର ସୁଶିଲ୍ ବେହେରାଙ୍କ ଘର ଉପରେ ଚଢ଼ାଉ କରି ବିପୁଳ ପରିମାଣର ଶାଗୁଆନ କାଠ ଏବଂ ତିଆରି ହୋଇଥିବା ଶାଗୁଆନ କବାଟକୁ ଜବତ କରାଯାଇଛି ।

ସୂଚନା ଅନୁସାରେ ,ବାଗଡିଆର ସୁଶୀଲ ବେହେରା ଦୀର୍ଘ ଦିନ ହେବ ଚୋରା କାଠ ଆଣି ଫର୍ଣିଚର ତିଆରି କରି ବ୍ୟବସାୟ କରୁଥିବା ଖବର ବନ ବିଭାଗ ପାଇଥିଲା । ଆଜି ଅନୁଗୋଳ ଡିଏଫ୍ଓ ନିତିସ୍ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୋଳ ମୋବାଇଲ୍ ସ୍କ୍ୱାର୍ଡ ଏବଂ ଛେଣ୍ଡିପଦା ବନବିଭାଗର ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ହନୁମାନଙ୍କ ନେତୃତ୍ୱରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ତାଙ୍କ ଘରୁ ୭ଟି ତିଆରି ହେଉଥିବା ଶାଗୁଆନ କବାଟ ସହ ୩୦ଖଣ୍ଡ ଶାଗୁଆନ ପଟା ଏବଂ ଫର୍ନିଚର୍ ନିର୍ମାଣ ପାଇଁ ବ୍ୟବହୃତ ଯନ୍ତ୍ରାଂଶ ସାମଗ୍ରୀ ଜବତ କରିଛନ୍ତି । ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଏହି ଚଢ଼ାଉରେ ଫରେଷ୍ଟର ସରସ୍ଵତୀ ବେହେରା, ଫରେଷ୍ଟର ବେଣୁଧର ବେହେରା,ଲିଜାରାଣୀ ମାଝୀ, ରୁତୁପର୍ଣ୍ଣ ବିଶ୍ୱାଳଙ୍କ ସମେତ ଛେଣ୍ଡିପଦା ବନାଞ୍ଚଳ ର ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

