ଆଞ୍ଚଳିକ ମା’ ବାସନ୍ତୀଙ୍କ ପୂଜା ଅନୁଷ୍ଠିତ Angul OnlineApril 18, 2021April 18, 2021 ଅନୁଗୁଳ – ଅନୁଗୁଳ ଅମଲାପଡାସ୍ଥିତ ମା ବାସନ୍ତୀ ଦୁର୍ଗାଙ୍କର ଆଜି ଷଷ୍ଠୀ ପୂଜା ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତିରେ ଲାଗି ରହିଥିବା ମହାମାରୀ କରୋନା ଯୋଗୁଁ କୋଭିଡ ଗାଇଡ଼ ଲାଇନ ଅନୁସାରେ ନିରାଡ଼ମ୍ବର ଭାବରେ ମା‘ଙ୍କର ଏହି ପୂଜା ଅନୁଷ୍ଠିତ ହୋଇଛି । ରୀତିନୀତି ଅନୁସାରେ ପୂଜା ହେଉଥିବା କମିଟିର ସଭାପତି ଶ୍ରୀ ଶକ୍ତି ପ୍ରସାଦ ପଟ୍ଟନାୟକ ,ଉପଦେଷ୍ଟା ପ୍ରଦୀପ କୁମାର ଦେବତା ସୂଚନା ଦେଇଛନ୍ତି । ଚଳିତ ବର୍ଷ ନିରାଡମ୍ବର ଭାବେ ଏହି ପୂଜା ହେଉଥିବା ବେଳେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବ ନାହିଁ । ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୟାଦଶମୀ ଗୁରୁବାର ଦିନ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ଶ୍ରଦ୍ଧାଳୁ କୋଭିଡ ଗାଇଡ଼ ଲାଇନ ଅନୁସାରେ ଦର୍ଶନ କରିବାକୁ ପୂଜା କମିଟି ତରଫରୁ ଅନୁରୋଧ କରାଯାଇଛି । Advertisement
ରାସ୍ତା ନିର୍ମାଣ ଦାବିରେ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟା ପଞ୍ଚାୟତର ବାଲିପଟା-ଚନ୍ଦ୍ରପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଲୋକ ଯିବା ଆସିବା କରିବାରେ ନାହିଁ…
ଆଉ ନାହାନ୍ତି ଚନ୍ଦ୍ରମଣି କମ୍ପାଉଣ୍ଡର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗ୍ରାମର ଅବସରପ୍ରାପ୍ତ ଫାର୍ମାସିଷ୍ଟ ଚନ୍ଦ୍ରମଣି ନାୟକଙ୍କ ପରଲୋକ ହିଛି । ସେ ଆଜକୁ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ଵ ହେବ…
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…