ମୁଖ୍ୟ ଖବର ଅନୁଗୁଳ ପୌରାଞ୍ଚଳ ସଟଡାଉନ Angul OnlineApril 22, 2021April 22, 2021 ଅନୁଗୁଳ – ଅନୁଗୁଳ ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରିଛି । ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ରାତି ୯ ଟାରୁ ୨୬ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ , ବଜାର , ହୋଟେଲ , ପ୍ରତିଷ୍ଠାନ ସଂପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ଘୋଷଣା କରା ଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ଔଷଧ ଦୋକାନ , ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଖୋଲା ରହିବ । ଏଥିରେ କୌଣସି ବ୍ୟକ୍ତି ଖିଲାପ କଲେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ନୋଟିସ ଜାରି କରା ଯାଇଛି । ଏହା ସହ ତାଳଚେର ପୌରାଞ୍ଚଳ ସମେତ ବଇଣ୍ଡା ଓ ବାଗଡିଆ ବଜାର ମଧ୍ୟ ବନ୍ଦ ରହିବ ବୋଲି ଜଣା ପଡିଛି । Advertisement
ଦଲାଲ ସାଜି ନିଲମ୍ବନ ହେଲେ ସରକାରୀ ବାବୁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟରେ ଦଲାଲ ସାଜି ନିଲମ୍ବନ ହୋଇଛନ୍ତି ସରକାରୀ ବାବୁ । ଗତ କିଛି ଦିନ ହେବ ସାମାଜିକ…
ବୈତରଣୀ ୱେଷ୍ଟ ଖଣିକୁ ନେଇ ତେଜିଲା ବିରୋଧ, ମେସିନ ହଟାଇବାକୁ ଅଡ଼ି ବସିଲେ ଲୋକେ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ଚାରିଛକଠାରେ ଜିଏମ୍ଡିସିର ପ୍ରସ୍ତାବିତ ବୈତରଣୀ-ୱେଷ୍ଟ କୋଇଲା ଖଣି ଖନନକୁ ନେଇ ଉତ୍ତେଜନା ଦେଖାଦେଇଛି। କମ୍ପାନୀ ପକ୍ଷରୁ ଖଣି…
ପାଣିରେ ବୁଡି ଚାଷୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ତୁଳସୀପାଳ ଗ୍ରାମରେ ଜଣେ ବ୍ୟକ୍ତି ବିଲକୁ ଯାଇଥିବା ବେଳେ କେନାଲରେ ବୁଡି ମୃତ୍ୟୁ ହୋଇଛି । ମୃତକ…