ମୁଖ୍ୟ ଖବର ୨ ଜଣଙ୍କୁ କଚାଡି ମାରିଲା ହାତୀ Angul OnlineMay 6, 2021May 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ପୁରୁଣାଗଡ ରେଞ୍ଜ ତଳଗଡ଼ ଗାଁରେ ଆଜି ଭୋରରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ତଳଗଡ଼ ଗାଁର ମମତା ସେଠି । ମମତା ଭୋର ବେଳେ ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେ ସେଠାରେ ଆମ୍ବ ଗୋଟାଉଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଗୋଡ଼ରେ ଦଳି ଦେବା ସହ ଶୁଣ୍ଢରେ ଫୋପାଡ଼ି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମମତାଙ୍କ ମୃତ୍ୟୁ ହୋଇଥିଲା । .ସେହିପରେ ଆଠମଲ୍ଲିକ ଉପଖଣ୍ଡ ବାମୁର ରେଞ୍ଜର ହିମାମୁରା ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମହୁଳମାଳ ଗ୍ରାମର ଧନେଶ୍ୱର ଦେହୁରୀ ଆଜି ୯ ଟା ବେଳକୁ କେନ୍ଦୁପତ୍ର ସଂଗ୍ରହ କରି ଘରକୁ ଫେରିବା ବାଟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ ଓ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । Advertisement
ବାପା-ମାଙ୍କ ତ୍ୟାଗ ତାଙ୍କୁ ସଫଳତା ଦେଇଛି – ଓଜେଏସରେ ଓଡିଶା ଟପ୍ପର ଅନୁଗୁଳର ଝିଅ ଅଦ୍ୟଶା ଅନୁଗୁଳ – ପ୍ରକାଶ ପାଇଲା ୨୦୨୧ ମସିହାର ଓଜେଏସ ରେଜଲ୍ଟ । ଓଡ଼ିଶା ନ୍ୟାୟିକ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ଚଳିତବର୍ଷ ଅନୁଗୁଳର ଝିଅ ଆଦ୍ୟାଶା…
କାର ତଳେ ଚାପି ହୋଇଗଲା ଅଟୋ – ତିନି ମୃତ , ତିନି ଗୁରୁତର ଅନୁଗୁଳ – ଅଟୋ କାର ମୁହାମୁହିଁ ଧକ୍କା ହେବା ସହ ଅଟୋକୁ ଘୋଷାଡି ନେଲା କାର । ଯାହା ଫଳରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ଶୀଘ୍ର ସାର ଜାତୀୟ ରାଜପଥ ୫୫ କାର୍ଯ୍ୟ – ମୁଖ୍ୟ ଶାସନ ସଚିବ ଅନୁଗୁଳ – ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବଲପୁର ଜିଲ୍ଲା ଗସ୍ତ କରି କଟକ – ସମ୍ବଲପୁର ଜାତୀୟ ରାଜପଥ ( ଏନ୍ଏଚ୍…