ମୁଖ୍ୟ ଖବର ଥାନା ଓ କାରାଗାରାରେ କରୋନା Angul OnlineMay 20, 2021May 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଏବେ କାୟା ବିସ୍ତାର କରି ଚାଲିଛି । ଗାଁ ଠାରୁ ସହର ସବୁଠି ଏହି ଅଦୃଶ୍ୟ ଭୂତାଣୁ ତାର ସ୍ଥିତି ଜାହିର କରୁଛି । ଏବେ ଅନୁଗୁଳ ଜେଲ ଉପରେ ନଜର ପକାଇଛି ଏହି ଭୂତାଣୁ । ଜେଲର ୨୬ ଜଣ ବିଚାରାଧୀନ କଏଦୀ କରୋନା ପଜେଟିଭ ଥିବା ଜେଲ କର୍ତ୍ତୃପକ୍ଷ ଠାରୁ ସୂଚନା ମିଳିଛି । ସୂଚନା ଅନୁସାରେ ଗତ ତିନିଦିନ ତଳେ କାରାଗାରର ଜଣେ କଏଦୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କର ପରୀକ୍ଷା କରାଯାଇଥିବା ବେଳ ଆଜି ୨୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଘଟଣା ଜଣା ପଡିବା ପରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆଜି ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଅନୁଗୁଳ କାରାଗାରରେ ପହଞ୍ଚିଥିଲେ । ସେମାନେ ଆକ୍ରାନ୍ତ କଏଦୀ ମାନଙ୍କୁ ମେଡ଼ିସିନ କିଟ ଦେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି । ଆକ୍ରାନ୍ତ ମାନଙ୍କୁ ଏକ ସ୍ୱତନ୍ତ୍ର ଆସୋଲେସନ ୱାଡ଼ରେ ରକ୍ଷା ଯାଇଛି । ଅନୁଗୁଳ କାରାଗାରରେ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ଵ ବିଚାରାଧୀନ କଏଦୀ ଓ ସଜା କାଟୁଥିବା କଏଦୀ ଅଛନ୍ତି । ଅନୁଗୁଳ ସଦର ଥାନାରେ ମଧ୍ୟ କରୋନା ତାର ପ୍ରଭାବ ଜାହିର କରିଛି । ଥାନାର ୧୧ ଜଣ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଥାନାରେ କାର୍ଯ୍ୟରତ ଅଧିକାରୀ, କନେଷ୍ଟବଳ ଓ ହୋମଗାର୍ଡଙ୍କୁ ମିଶାଇ ସମୁଦାୟ୧୧ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସମସ୍ତେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣା ପଡିଛି । Advertisement
ବସ ଧକ୍କାରେ ଜଣେ ମୃତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଆଜି(ମଙ୍ଗଳବାର) ଏକ ବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ…
ରାଜପଥରେ ଥିବା ଦୋକାନ ଆଗରେ ପାର୍କିଂ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ଅନୁଗୋଳ – ଯିଏ ଯେଉଁଠି ପାରିଲା ଗାଡି ଥୋଇଲା , ଦୋକାନ ଓ ବଜାରକୁ ସଉଦା ପାଇଁ ଗଲା । ଦୋକାନ ଘର ନିର୍ମାଣ ପାର୍କିଂ ବ୍ୟବସ୍ଥା…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଗୁଣ୍ଡାରାଜ – ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ଅନୁଗୋଳ – ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନା ସୁରକ୍ଷାକର୍ମୀଙ୍କ ମାଡ଼ । ଡାକ୍ତରଙ୍କୁ ଦେଖାଇବାକୁ ଧାଡିରେ ଛିଡା ହୋଇଥିବା ବେଳେ କ୍ରମିକ ନମ୍ବରରେ ଉପର ତଳ କରୁଥିବା ଅଭିଯୋଗ…