ସ୍ୱାସ୍ଥ୍ୟ ଅନୁଗୁଳରୁ ରାଜ୍ୟର ୬ ପ୍ରତିଶତ ସକ୍ରୀୟ ଆକ୍ରାନ୍ତ Angul OnlineMay 26, 2021May 26, 2021 ଅନୁଗୁଳ – ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବୁଧବାର ସୁଦ୍ଧା ୯୯ହଜାର ୭୩୮ଜଣଙ୍କ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏଥିରୁ କେବଳ ଅନୁଗୁଳ ଜିଲାରୁ ୬.୩୬ପ୍ରତିଶତ ଅର୍ଥାତ ୬ ହଜାର ୩୪୭ ଜଣ । ବିଭିନ୍ନ କୋଭିଡ ହସପିଟାଲ ଏବଂ ଚିକିତ୍ସା କେନ୍ଦ୍ରରେ ଏହି ଆକ୍ରାନ୍ତମାନଙ୍କ ଚିକିତ୍ସା ଚାଲିଛି । କେବଳ ଏତିକି ନୁହଁ, ରାଜ୍ୟରେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଅନୁଗୁଳ ଜିଲାର ସ୍ଥିତି ହେଉଛି ଚତୁର୍ଥ । ପ୍ରଥମ ସ୍ଥାନରେ ଥିବା ଖୋର୍ଦ୍ଧା ଜିଲାରେ ୧୪ହଜାର ୮୫ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା କଟକରେ ୮ ହଜାର ୯୩୦ ଏବଂ ତୃତୀୟ ସ୍ଥାନରେ ଥିବା ସୁନ୍ଦରଗଡ଼ ଜିଲାରେ ୬ ହଜାର ୭୨୬ ଜଣଙ୍କ ଚିକିତ୍ସା ଚାଲିଛି । Advertisement
ଟିକାକରଣରେ ୨୧ ତମ ସ୍ଥାନରେ ଅନୁଗୁଳ ଅନୁଗୁଳ – ଗୋଟିଏ ପଟେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ଟିକାକରଣ ଅଭିଯାନ ନୈରାଶ୍ୟଜନକ ରହୁଛି । ରାଜ୍ୟରେ ୩୦ଟି…
ପାୱାର କଟ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହେଲେ ହନ୍ତସନ୍ତ – ସାମାନ୍ୟ ରକ୍ତ ପରୀକ୍ଷା ନ କରିପାରି ଫେରିଲେ ରୋଗୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା । ପାୱାର କଟ ହେଲେ ଭଗବାନଙ୍କ ଭରସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ । ପାୱାର…
୨ୟ ପର୍ଯ୍ୟାୟ ଟୀକାକରଣ – ଜିଲ୍ଲାପାଳ , ଡି.ଆଇ.ଜି. ଓ ଏସ.ପି. ନେଲେ ଟୀକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କୋଭିଡ ଟିକା ୨ୟ ପାଳିର ପ୍ରଥମ ଦିବସରେ ଗୃହ , ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗ ବିଭାଗର ସର୍ବମୋଟ…