ସମସ୍ୟା କରୋନା ଟିକା ପାଇଁ ଭରଚୁଆଲ ମାଧ୍ୟମରେ ଖୋଲା ମତ କାର୍ଯ୍ୟକ୍ରମ Angul OnlineJune 2, 2021June 2, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ବୋଲ ମାନୁନି । ଜିଲ୍ଲାରେ ଆକ୍ଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୫୬୪୪ ରେ ପହଞ୍ଚିଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ୧୧୯ ଜଣ ମୃତ୍ୟୁ ମୁଖରେ ପଡିଲେଣି । ଏହାକୁ ଆଖି ଆଗରେ ରଖି ଯେଉଁ ଅନୁପାତରେ ଜିଲ୍ଲାରେ ଟିକାକରଣ ହେବା କଥା ତାହା ହେଉ ନାହିଁ । ମୁଖ୍ୟତଃ ଆଜିଯାଏ ଜିଲ୍ଲାରେ ୧୮ ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକା ଦିଆ ଯାଇ ନାହିଁ । ଅନ୍ୟ ଜିଲ୍ଲାରେ ଟୀକାକରଣ ତ୍ୱରିତ ବେଗରେ ହେଉଥିବା ବେଳେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏ କ୍ଷେତ୍ରରେ ବହୁ ପଛରେ ଅଛି । ଯାହାକି ଜିଲ୍ଲାବାସୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି । ଏହାର ପ୍ରତିବାଦରେ ଅନୁଗୁଳ ଜିଲ୍ଲାର ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଆଜି ଭରଚୁଆଲ ମାଧ୍ୟମରେ “ଟିକା ଦେ ସରକାର” ପ୍ରସଙ୍ଗରେ ଏକ ଖୋଲା ମତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ଦଳ ମତ ନିର୍ବିଶେଷରେ ଅନେକ ବ୍ୟକ୍ତି , ଛାତ୍ର , ସାମ୍ବାଦିକ , ବୁଦ୍ଧିଜୀବୀ ଭାଗ ନେଇ ଏହି ସମସ୍ୟା ଉପରେ ନିଜ ନିଜର ମତ ଦେଇଥିଲେ । ଅନୁଗୁଳ ସାମୁହିକ ସ୍ୱାର୍ଥ ନିମନ୍ତେ କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହଁ ,ବରଂ ସାମୁହିକ କାର୍ଯ୍ୟକ୍ରମ ଜୁମ ବୈଠକ ମାଧ୍ୟମରେ ଏକ ଭରଚୁଆଲରେ ଆଗାମୀ ଦିନରେ ଦଳ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହମତି କ୍ରମେ ଏକ କୋର କମିଟି ଗଠନ କରାହେବ ବୋଲି ପ୍ରସ୍ତାବ ଗୃହିତ ହେଲା । ଏହି ଭରଚୁଆଲ ବୈଠକରେ ଶତାଧିକ ଅନୁଗୁଳ ବାସି ସାମିଲ ହୋଇ ନିଜର ମୂଲ୍ୟବାନ ମତା ମତ ଦେଇଥିଲେ । Advertisement
ଗାଁ କୁ ଗାଁ ହାତୀ ଘଉଡାଇ ଜଙ୍ଗଲ ବିଭାଗ ଏବେ ଗୋପାଳ ସାଜିଛି – ସାମାଜିକ ସୁରକ୍ଷା ମଞ୍ଚ ଅନୁଗୁଳ – ହାତୀ ଯୋଗୁଁ ଅନୁଗୁଳବାସୀଙ୍କ ଧନ ଜୀବନ ଅସୁରକ୍ଷିତ ହୋଇ ପଡିଛି । ଅନେକ ସମୟରେ ହାତୀ ପଲ ଜନ ବସତି ମୁହାଁ ହେଉଥିବା ବେଳେ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ ଫୋପାଡିବା ଘଟଣା – ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି , ୩ ଦିନ ମହଲତ ଦେଲା କଂଗ୍ରେସ ଅନୁଗୁଳ – ଅନୁଗୁଳ ମୁଖ୍ୟ ଡାକ୍ତରଖାନାର ଏକ ଷ୍ଟାଫ କ୍ବାଟର ଭାଙ୍ଗିବା ବେଳେ ଲକ୍ଷାଧିକ ଟଙ୍କାର ଏକ୍ସପାରି ଔଷଧ ମିଳିଥିବା ଘଟଣାକୁ ନେଇ ଅନୁଗୁଳ ବିଜେପି ମହିଳା…
ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ପାରିପାର୍ଶ୍ଵିକ ଗ୍ରାମରେ ବୁଧବାର ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି । ଜଳକ୍ଳିଷ୍ଟ ପରିପାର୍ଶ୍ବିକ ଗ୍ରାମମାନଙ୍କରେ ପାନୀୟ ଜଳ…