ଆଞ୍ଚଳିକଭାଇରାଲ ଭିଡିଓ ବିୟର କ୍ୟାନରେ ପଶିଗଲା ଢାମଣା ସାପ Angul OnlineJune 15, 2021June 15, 2021 ଅନୁଗୁଳ – ବିୟର କ୍ୟାନରେ ପଶିଗଲା ଢାମଣା ସାପ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡ଼ିଆ ଗ୍ରାମରେ । ଗାଁର ଉମାକାନ୍ତ ବେହେରାଙ୍କ ବାଡିରେ ଏକ ଢ଼ମଣା ସାପ ଏକ ପରିତ୍ୟକ୍ତ ବିୟର କ୍ୟାନ ଭିତରେ ମୁଣ୍ଡ ଭର୍ତ୍ତି କରି ଛଟପଟ ହେଉଥିଲା । ଉମାକାନ୍ତ ଏହା ଦେଖି ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଳ୍ପ ଲାଇନ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ଏକ କଇଁଚି ସାହାଯ୍ୟରେ ଯତ୍ନର ସହିତ ବିୟର କ୍ୟାନକୁ କାଟି ବାହାର କରିବା ପରେ ସାପଟି ମୃତ୍ୟୁ ଫାଶରୁ ମୁକୁଳି ଥିଲା । ସୌଭାଗ୍ୟବଶତଃ ସାପଟିର ବେକରେ ଆଘାତ ଲାଗିନଥିଲା । ତେଣୁ ହିମାଂଶୁ ସାଢ଼େ ଏହି ୫ ଫୁଟ ଲମ୍ବର ଢ଼ମଣା ସାପଟିକୁ ଗାଁ ଠାରୁ ଦୂରରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦେଇଥିଲେ । https://angulonline.com/odia/wp-content/uploads/2021/06/sn.mp4 Advertisement
ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେଏସପିଏଲ୍ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ମୃତ ଶ୍ରମିକ ଜଣକ…
ପ୍ରଧାନମନ୍ତ୍ରୀଙ୍କ ଉପରେ ହତ୍ୟା ଷଡ଼ଯନ୍ତ୍ର ପ୍ରତିବାଦରେ ବିଜେପିର ମୌନ ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ସୋମବାର ଦିନ ଶିମିଳିପଡା ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ମୌନ ଧାରଣା ଦିଆ ଯାଇଥିଲା ।…
ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ନିମନ୍ତେ ଜନଶୁଣାଣୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର କରଡାବାହାଳି ଠାରେ ବୁଧବାର ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ଅନୁଗୁଳ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ…