ଅପରାଧ କାର ସହ ଗଞ୍ଜେଇ ଜବତ – ଜଣେ ଗିରଫ Angul OnlineJune 23, 2021June 23, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ଆଉଁଳି ନଦୀ ପୋଲ ଉପରୁ ଛେଣ୍ଡିପଦା ପୁଲିସ ଏକ କାରରୁ ଗଞ୍ଜେଇ ଜବତ କରିବା ସହ କାର ଚାଳକକୁ ଗିରଫ କରିଛି । ଗିରଫ ଚାଳକ ଜଣକ ହେଲେ ପାଟକମୁଣ୍ଡା ପଞ୍ଚାୟତ ଭାଲୁଖାଇଢ଼ିପ ଗାଁର ଜିତେନ୍ଦ୍ର ସାହୁ । ସୂଚନା ଅନୁସାରେ ପାଟକମୁଣ୍ଡା ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ ବୁଧବାର ବିଳମ୍ବିତ ରାତିରେ ଆଉଁଳି ନଦୀ ଉପରେ ଜଗି ରହିଥିଲେ । ସେହି ସମୟରେ ଭାଲୁଖାଇଢିପ ଗ୍ରାମର ଜିତେନ୍ଦ୍ର ସାହୁ ତାଙ୍କ ଟାଟା ଟିଆଗୋ ଗାଡିରେ ଫେରୁଥିବା ବେଳେ ପୋଲିସ ଗାଡିକୁ ଯାଞ୍ଚ କରିବା ସହିତ ଗାଡି ଭିତରେ ଥିବା ଏକ ବ୍ୟାଗରୁ ୩ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ପୁଲିସ କାର ସହ ଗଞ୍ଜେଇକୁ ଜବତ କରିବା ସହିତ ଗାଡିର ଚାଳକକୁ ଗିରଫ କରିଥିଲା । ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ଜିତେନ୍ଦ୍ରକୁ ପୋଲିସ କୋର୍ଟ ଚାଲାଣ କରିଛି । ଉକ୍ତ ଗଞ୍ଜେଇକୁ ଜିତେନ୍ଦ୍ର ଫୁଲବାଣିରୁ ବିକ୍ରି କରିବା ଉଦ୍ଦେଶ୍ୟରେ ଘରକୁ ଆଣୁଥିବା ଜିତେନ୍ଦ୍ର ସ୍ଵୀକାର କରିଛି ବୋଲି ଛେଣ୍ଡିପଦା ଥାନା ଏସଆଇ ଅଜୟ କୁମାର ସାହୁ ପ୍ରକାଶ କରିଛନ୍ତି । Advertisement
ମୋଟରସାଇକେଲ ଚୋରୀ ଗ୍ୟାଙ୍ଗ ଗିରଫ – ୧୧ ମୋଟରସାଇକେଲ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଆଦର୍ଶ ଥାନା ପୁଲିସ ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଟି ଚୋରା ମୋଟରସାଇକେଲ…
ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ ,…
ଶାଶୁ-ଶଶୁରଙ୍କୁ ଜ୍ଵାଇଁର ମରଣାନ୍ତକ ଆକ୍ରମଣ ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଜ୍ଵାଇଁର ଆକ୍ରମଣରେ ଶାଶୁ ଶଶୁର ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ପାରିବାରିକ କଳହକୁ…