ଆଞ୍ଚଳିକ କାନ୍ଥ ଭୁଶୁଡି ସ୍ଵାମୀ-ସ୍ତ୍ରୀ ଓ ଝିଅ ଆହତ Angul OnlineJuly 22, 2021July 22, 2021 ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ କୁରୁଡୁଲୁ ଗ୍ରାମରେ ଗତକାଲି ରାତିରେ କାନ୍ଥ ଭୁଶୁଡି ସ୍ଵାମୀ-ସ୍ତ୍ରୀ ଓ ଝିଅ ଆହତ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଖାଇ ସାରିବା ପରେ ସପରିବାର ଗୋଟିଏ ଘର ଭିତରେ ଶୋଇଥିଲେ । ଗତ କାଲି ବର୍ଷା ହେବା ଫଳରେ କୁରୁଡୁଲୁ ଗ୍ରାମର ବାବୁଲି ନାୟକଙ୍କ ଚାଳ ଘରର ମାଟି କାନ୍ଥ ଭିଜି ଯାଇ ଭୁଶୁଡି ପଡିଥିଲା । ଶୋଇଥିବା ବାବୁଲିଙ୍କ ପରିବାର କାନ୍ଥ ତଳେ ଚାପି ହୋଇ ରହି ଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ଧାଇଁ ଆସି ମାଟି ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ବାବୁଲିଙ୍କ ଝିଅ ସୋନାଲି ନାୟକଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ସ୍ତ୍ରୀ ସାବିତ୍ରୀ ନାୟକଙ୍କ ଅଣ୍ଟାରେ ଆଘାତ ଲାଗିଛି । ପୁଅ ସୁଭନ ଜୋତି ନାୟକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି । Advertisement
ବୁଧବାର ହେବ ନାହିଁ ମଦ ଦୋକାନ ପାଇଁ ଲଟେରୀ ଅନୁଗୁଳ – ମଦ ଦୋକାନ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଆସନ୍ତା କାଲି( ବୁଧବାର) ପରିବର୍ତ୍ତେ ଗୁରୁବାର ଦିନ ହେବ । ଅନୁଗୁଳ ଜିଲ୍ଲାରେ ଥିବା…
ନିଆଁରେ ପୋଡିଗଲା କବାଡି ଦୋକାନ ତାଳଚେର – ହୁତୁହୁତୁ ହୋଇ ଜଳିଗଲା କବାଡି ଗୋଦାମ । ତାଳଚେର ପ୍ରମୋଦପ୍ରସାଦ ଠାରେ ଥିବା କବାଡି ଗୋଦାମରେ ନିଆଁ ଲାଗି ଗୋଦାମ ଭିତରେ ରହିଥିବା ଲକ୍ଷାଧିକ…
ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ ଉତ୍ସବ ସହ ଆଇନଜୀବୀ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଶୁଭ ଉଦଘାଟନ ତଥା…