ମୁଖ୍ୟ ଖବର ମୋବାଇଲ ଫୋନ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା Angul OnlineAugust 6, 2021August 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ ମୋବାଇଲ ଫୋନକୁ ନେଇ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବି-୪୯୦ରେ ରହୁଥିବା ସ୍ମେଲଟର ପ୍ଲାଣ୍ଟରେ କାର୍ଯ୍ୟରତ ଆସିଷ୍ଟାଣ୍ଡ ମ୍ୟାନେଜର ଗୌରାଙ୍ଗ ଚରଣ ପାତ୍ରଙ୍କ ୧୫ବର୍ଷର ସାନ ଝିଅ ଘର ଭିତରେ ଫ୍ୟାନରେ ନିଜ ଓଢଣା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ନାବାଳିକା ଜଣଙ୍କ ଆଜି ଖାଇ ସାରିବା ପରେ ଘର ଭିତରେ ଥିଲେ । ପରିବାର ଲୋକ ଯେତେ ଡାକିଲେ ସେ ନ ଶୁଣିବାରୁ ନାଲକୋ ସୁରକ୍ଷାକର୍ମୀଙ୍କୁ ସୂଚନା ଦେଇଥିଲେ । ସୁରକ୍ଷାକର୍ମୀ ଆସିବା ପରେ କବାଟ ଭାଙ୍ଗି ଘର ଭିତରକୁ ଯିବା ପରେ ନାବାଳିକା ଜଣଙ୍କ ନିଜ ଓଢଣି ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଥିବା ଦେଖା ଯାଇଥିଲା । ତାଙ୍କୁ ସେଠାରୁ ଉଦ୍ଧାର କରି ନାଲକୋ ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ନାଲକୋ ଥାନା ପୁଲିସ ଡାକ୍ତରଖାନା ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ମୋବାଇଲ ଫୋନକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ମା ଆସି ଉଭୟଙ୍କୁ ଗାଳି କରିଥିଲେ । ହେଲେ ନାବାଳିକା ଜଣଙ୍କ ଭାଇର ପକ୍ଷ ରଖୁଛୁ ବୋଲି ମାଙ୍କୁ ଅଭିଯୋଗ କରିଥିଲେ । ପରେ ଝିଅ ଘର ଭିତରକୁ ଯାଇ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । Advertisement
ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ଡ୍ୟାମ ନିକଟରୁ ଆଜି ବିଲମ୍ବିତ ରାତିରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ…
ଦୁଇ ପୂଜା କମିଟି ବିବାଦ ତେଜିଲା – ପୂଜା ପରେ ହେବ ସମାଧାନ ଅନୁଗୁଳ – ଅନୁଗୁଳ ସହରର ବଜାର ଛକ ପୂଜା କମିଟି ଏବଂ ଗାନ୍ଧୀ ଛକ ପୂଜା କମିଟି ମଧ୍ୟରେ ପୂଜାକୁ ନେଇ ଲାଗିଥିବା ବିବାଦ ତେଜୁଛି ।…
ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ସନ୍ଦେହ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ଗାଁ ନିକଟସ୍ଥ ପୋଖରୀରୁ ଜୈନେକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ କେହି ହତ୍ୟାକରି ପୋଖରୀରେ…