ଆଞ୍ଚଳିକ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା – ଜଣେ ମୃତ Angul OnlineAugust 8, 2021August 8, 2021 ତାଳଚେର -(AO)- ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୫୩ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମହମ୍ମଦ ମୁଦି ନାମକ ବ୍ୟକ୍ତି ତାଳଚେରରୁ ବଲହର ଅଭିମୁଖେ ମୋଟରସାଇକେଲ(ଓଡ଼ି୦୧ଏ ଏଲ୧୩୨୨)ରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହମ୍ମଦ ମୁଦିଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ତାହଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ତଦନ୍ତ କରୁଛି । ମୃତ ମହମ୍ମଦ ମୁଦି ତାଳଚେର ପୌରାଞ୍ଚଳରେ ଭଡାରେ ରହି ବ୍ୟବସାୟ କରୁଥିବାର ସୂଚନା ମିଳିଛି । Advertisement
ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ରଶ୍ମିତା ନିର୍ଦ୍ଵନ୍ଦରେ ନିର୍ବାଚିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ରଶ୍ମିତା ସେଠୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସମ୍ମିଳନୀ କକ୍ଷରେ ୬ଷ୍ଠ…
କୋଭିଡ ହସ୍ପିଟାଲ ପାଇଁ ଚିଠି ଲେଖିଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଜିଲ୍ଲାରେ ଦୁଇଟି କୋଭିଡ…
ସାପ କାମୁଡାରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବହାଳସାହି ଗାଁରେ ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ହେଲେ ପ୍ରଶାନ୍ତ…