ଆଞ୍ଚଳିକ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା – ଜଣେ ମୃତ Angul OnlineAugust 8, 2021August 8, 2021 ତାଳଚେର -(AO)- ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୫୩ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମହମ୍ମଦ ମୁଦି ନାମକ ବ୍ୟକ୍ତି ତାଳଚେରରୁ ବଲହର ଅଭିମୁଖେ ମୋଟରସାଇକେଲ(ଓଡ଼ି୦୧ଏ ଏଲ୧୩୨୨)ରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହମ୍ମଦ ମୁଦିଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ତାହଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ତଦନ୍ତ କରୁଛି । ମୃତ ମହମ୍ମଦ ମୁଦି ତାଳଚେର ପୌରାଞ୍ଚଳରେ ଭଡାରେ ରହି ବ୍ୟବସାୟ କରୁଥିବାର ସୂଚନା ମିଳିଛି । Advertisement
ମାଇକ୍ରୋବାୟୋଲୋଜିଷ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଇକ୍ରୋବାୟୋଲୋଜିଷ୍ଟ ପଦରେ ଥିବା ଡାକ୍ତର ସୁଶ୍ରୀ ଶାନ୍ତି ତ୍ରିପାଠୀଙ୍କ ଅନ୍ୟତ୍ର ବଦଳି ହୋଇଛି । ସେ ଏନ୍.ସି.ଡି.ସି. (NCDC), ନୂଆଦିଲ୍ଲୀରେ…
ଓକିଲ ସଂଘର ନୂତନ କର୍ମକର୍ତା ଚୟନ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘର ନୁତନ କର୍ମକର୍ତା ଚୟନ ହୋଇଯାଇଛି । ଆଇନଜୀବୀ ଲକ୍ଷ୍ମୀଧର ପ୍ରଧାନଙ୍କ ଅଧକ୍ଷତାରେ ସୋମବାର ଛେଣ୍ଡିପଦା ବାର ଆସୋସିଏସନ…
କୁକୁର କାମୁଡାରେ ହରିଣ ମୃତ ଅନୁଗୁଳ – ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଅନ୍ତର୍ଗତ ଅନ୍ତୁଳିଆ ଗ୍ରାମରେ ଆଜି କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜରପଡା…