ମୁଖ୍ୟ ଖବର ବିଦ୍ୟୁତ ଆଘାତରେ ଶ୍ରମିକ ମୃତ Angul OnlineAugust 18, 2021August 18, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସି କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ ରାଜ୍ୟ ମୁର୍ସିଦାବାଦ ଜିଲ୍ଲା ଔରଙ୍ଗବାଦ ଥାନା କୁମରପରା ଗ୍ରାମର ମିରାଜ ଏସକେ ଗତ ୬ ମାସ ହେବ ଛେଣ୍ଡିପଦା କୁଲୁକୁଲି ବେହେରାଙ୍କ ଘରେ ଭଡାରେ ରହି ଅଞ୍ଚଳରେ ଘର ତିଆରି ଠିକାଦାର ଭାବେ କାର୍ଯ୍ୟ କରୁଥିଲେ । ମିରାଜଙ୍କ ଭାଇ ରନି ଏସକେ ତାଙ୍କ ସହିତ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରନି ଗତକାଲି ସନ୍ଧ୍ୟା ୭ଟାରେ ରହୁଥିବା ଭଡା ଘରେ ଲାଇଟ ଲଗେଇବା ପାଇଁ ପ୍ଲଗରେ ତାର ଲଗାଉଥିଲେ । ଏହି ସମୟରେ ପ୍ଲଗ କରେଣ୍ଟରେ ଗୁରୁତର ଆହତ ହୋଇ ଛିଟିକି ପଡିଥିଲେ । ଗୁରୁତର ଅବସ୍ଥାରେ ତାକୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରନିଙ୍କର ମୃତ୍ୟୁ ହୋଇଥିଲା । ରନିଙ୍କ ଭାଇ ମିରାଜ ଏସକେ ଥାନାରେ ଲିଖିତ ଅଭିଯୋଗରେ ପୁଲିସ ମୃତଦେହ ଜବତ ଓ ବ୍ୟବଛେଦ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ଜନ୍ତୁ ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ ପାଲଲହଡ଼ା – ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିବା ବେଳେ ସାଥୀ ଶିକାରୀ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ । ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି…
ଭିଜିଲାନ୍ସ ଫାଶରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଅନୁଗୁଳ – ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଟୋକନ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଧରା ପଡିଲେ…
ଡିନାମାଇଟରେ ମାଛ ଧରିବା ହେଲା କାଳ – ଡିନାମାଇଟ ଫୁଟି ଯୁବକ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା କମ୍ପସଲା ଗାଁ ନିକଟରେ ଥିବା ଟିକିରା ନଦୀରେ ଆଜି ମାଛ ଧରିବାକୁ ଯାଇଥିବା ବେଳେ ଡିନାମାଇଟ ଫୁଟି ଜଣେ…